ଆମେରିକା ବିଦେଶମନ୍ତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ…

ଓ୍ବାଶିଂଟନ୍‌, ୫।୫ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ସେ ଘରେ ଆଇସୋଲେଶନରେ ରହି ନିଜ କାମ କରୁଛନ୍ତି ।

ବ୍ଲିଙ୍କେନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି। ସେ କରୋନା ଟିକାର ଉଭୟ ଡୋଜ୍‌ ନେଇଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ ବ୍ଲିଙ୍କେନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବ୍ୟକ୍ତିଗତ ଭାବରେ କିଛି ଦିନ କଥା ହୋଇନାହାଁନ୍ତି କିମ୍ବା ମିଳାମିଶା ମଧ୍ୟ କରି ନାହାନ୍ତି।

ତାଙ୍କର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ବ୍ଲିଙ୍କେନ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଟିକା ନେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Share