ଚାଇନା ସାଗରରେ ଆମେରିକା ଯୁଦ୍ଧ ଜାହାଜର ବେଆଇନ ପ୍ରବେଶ ନେଇ ଉତ୍ତେଜନା…

ବେଜିଂ/ଓ୍ବାଶିଂଟନ,୪।୧୨: ସାମ୍ପ୍ରତିକ ସମୟରେ, ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ଚାଇନା ସେନା ଦାବି କରିଛି ଏକ ଆମେରିକୀୟ ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ପ୍ରବେଶ କରିଛି।

ସୋମବାର ଚାଇନା ସୈନ୍ୟବାହିନୀ କହିଛି ଆମେରିକାର ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗର ନିକଟରେ ବେଆଇନ ଭାବେ ପ୍ରବେଶ କରିଛି। ଚାଇନାର ସାଉଥ ଥିଏଟର ଅଫ ଅପରେଶନ୍ସର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାକୁ ଆମେରିକା କ୍ଷୁର୍ଣ୍ଣ କରିଛି।

ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଆମେରିକା ଜାଣିଶୁଣି ଦକ୍ଷିଣ ଚାଇନା ସାଗରରେ ଛତ୍ତେଜନା ସୃଷ୍ଟି କରି ଚାଇନାର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି।
ସୂଚନାଯୋଗ୍ୟ, ଦକ୍ଷିଣ ଚାଇନା ସାଗରରେ ଆଞ୍ଚଳିକ ଜଳକୁ ନେଇ ଚାଇନା ଏହାର ଅନେକ ପଡ଼ୋଶୀ ଦେଶ ସହିତ ବିବାଦ ଜାରି ରହିଛି। ଗତ କିଛି ମାସ ମଧ୍ୟରେ ଫିଲିପାଇନ୍ସର ଜାହାଜ ସହିତ ଅନେକ ସମସ୍ୟା ଦେଖାଦେଇଥିଲା। ବିବାଦୀୟ ଅଞ୍ଚଳରେ ଆମେରିକୀୟ ଜାହାଜର ପାଟ୍ରୋଲିଂକୁ ଚାଇନା ମଧ୍ୟ ବିରୋଧ କରିଛି।

ଆମେରିକାର ଜାହାଜ ଉପରେ ନଜର ରଖିବା ପାଇଁ ଚାଇନା ପିପୁଲ୍ସ ଲିବରେଶନ ଆର୍ମି ସମୁଦ୍ର ସେନା ମୁତୟନ କରିଛି ବୋଲି ମୁଖପାତ୍ର କହିଛନ୍ତି।

Share