ଆଣ୍ଟିଗୁଆ,୨।୨: ଏଠାରେ ବୁଧବାର ଖେଳାଯାଉଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ର ସେମିଫାଇନାଲରେ ଖୁବ୍ ଶସ୍ତାରେ ଦୁଇ ଓପନରଙ୍କୁ ହରାଇଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବୋଲିଂ ଆଗରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୩ ଓଭରରେ ୨ ଉଇକେଟ ହରାଇ ୪୧ ରନ୍ କରିଛି। ଏବେ ଅଧିନାୟକ ୟଶ ଧୁଲ (୨) ଓ ଶୈକ ରଶିଦ (୮ ରନ୍, ୧ ଚୌକା) ଖେଳୁଛନ୍ତି।
ଦୁଇ ଓପନର ଖୁବ୍ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ଅଧିକ ସମୟ ଧରି କ୍ରିଜ୍ରେ ଛିଡ଼ା ହୋଇ ପାରି ନ ଥିଲେ। ଅଙ୍ଗକ୍ରିଶ ରଘୁବଂଶୀ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ହାରନୁର ସିଂ ୧୬ ରନ୍ କରି ଆଉଟ୍ ହୋଇଥିଲେ।