Posted inଖେଳ

ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତ

ନୂଆଦିଲ୍ଲୀ,୩୧।୧: ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ୧୯ ବର୍ଷରୁ କମ ଦଳ ଏହି ମ୍ୟାଚକୁ ୯ ଉଇକେଟ୍‌ରେ ଜିତିଥିଲା। ଟିମ ଇଣ୍ଡିଆ ପାଇଁ ଜି କମଲିନୀ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏକ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍‌ରେ ୫୬ ରନ୍‌ର ଏକ ଇନିଂସ ଖେଳିଥିଲେ। କମଳିନୀଙ୍କ ଇନିଂସରେ ୮ଟି ଚୌକା ସାମିଲ ଥିଲା।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୮ ଉଇକେଟ ହରାଇ ୧୧୩ ରନ କରିଥିଲା। ଏହି ସମୟରେ ଓପନର ଡାଭିନା ପେରିନ ୪୫ ରନର ଇନିଂସ ଖେଳିଥିଲେ। ସେ ୪୦ଟି ବଲର ସମ୍ମୁଖୀନ ହୋଇଥିଲେ ଏବଂ ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଟ୍ରୋଡି ଜନସନ ୨୫ ବଲ ସାମ୍ନା କରି ୩୦ ରନ କରିଥିଲେ। ସେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଏହି ସମୟରେ ଭାରତ ପାଇଁ ଆୟୁଷୀ ଶୁକ୍ଳା ୨ଟି ଉଇକେଟ ନେଇଥିଲେ। ସେ ୪ ଓଭରରେ ୨୧ ରନ ଦେଇଥିଲେ। ପାରିନିକା ଏବଂ ବୈଷ୍ଣବୀ ଶର୍ମା ୩ଟି ଲେଖାଏ ଉଇକେଟ ନେଇଥିଲେ।
ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ମାତ୍ର ୧୫ ଓଭରରେ ମ୍ୟାଚ ଜିତି ନେଇଥିଲା। ଭାରତ ପାଇଁ ଜି କମଲିନି ଏବଂ ଜି ତ୍ରିଶା ଓପନିଂ କରିବାକୁ ଆସିଥିଲେ। ଏହି ସମୟରେ ତ୍ରିଶା ୨୯ ବଲର ସାମ୍ନା କରି ୩୫ ରନ କରିଥିଲେ। ସେ ୫ଟି ଚୌକା ମାରିଥିଲେ। କମଲିନୀ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍‌ରେ ଅପରାଜିତ ୫୬ ରନ କରିଥିଲେ। କମଳିନୀଙ୍କ ଇନିଂସରେ ୮ଟି ଚୌକା ସାମିଲ ଥିଲା। ସାନିକା ଚଲକେ ୧୧ ରନ କରି ଅପରାଜିତ ରହିଥିଲେ। ସେ ଗୋଟିଏ ଚୌକା ମାରିଥିଲେ।
୨୦୨୫ ମସିହାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ୱେଷ୍ଟଇଣ୍ଡିଜ, ମାଲେସିଆ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା। ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଙ୍ଗଳବାର ଦୁବାଇରେ ବର୍ଷା ସମ୍ଭାବନା: ଏମିତି ହେଲେ କିଏ ଜିତିବ ମ୍ୟାଚ, ଜାଣନ୍ତୁ…

ନୂଆଦିଲ୍ଲୀ,୩।୩: ମଙ୍ଗଳବାର ଦୁବାଇର ପାଗ ଖରାପ ହେବାକୁ ଯାଉଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ଆମେ...

ପାକିସ୍ତାନରେ ହେବ ମହିଳା ଦିନିକିଆ ବିଶ୍ୱକପ୍‌ କ୍ୱାଲିଫାୟର୍ସ

କରାଚୀ,୩ା୩: ପାକିସ୍ତାନ ଚଳିତ ମାସରେ ଆଉ ଏକ ଅନ୍ତଜର୍ର୍ାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଦେଶ ଚଳିତମାସ ପରବର୍ତ୍ତୀ ଭାଗରେ ମହିଳା...

India Vs Australia: ସେମିଫାଇନାଲ ମ୍ୟାଚ୍‌ ପରିଚାଳନା କରିବେ ଗାଫାନେ, ଇଲିଙ୍ଗଓ୍ବର୍ଥ

ଦୁବାଇ,୩ା୩: ନ୍ୟୁଜିଲାଣ୍ଡର କ୍ରିସ ଗାଫାନେ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଫିଲ୍ଡ ଅମ୍ପାୟାର ଭାବେ ମଙ୍ଗଳବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ପ୍ରଥମ...

ପାକିସ୍ତାନ ଉପରୁ ହଟିଲା ବାସନ୍ଦ

ଲାହୋର,୩ା୩: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫଏଫ) ତା’ର ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପରେ ଏହା ଉପରୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ବାସନ୍ଦ...

ଭାରତ ସହ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମାର୍ଚ୍ଚ, ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ...

ରୋହିତ ଶର୍ମା ଦଳରେ ରହିବା ଉଚିତ୍‌ ନୁହେଁ, ଶମାଙ୍କ ସମର୍ଥନରେ ବାହାରିଲେ TMC ଏମ୍‌ପି

ନୂଆଦିଲ୍ଲୀ,୩।୩: କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ମନ୍ତବ୍ୟ ଦେବା ପରେ କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। କିନ୍ତୁ ଏବେ...

IPL 2025 ପାଇଁ ଅଧିନାୟକ ଘୋଷଣା କଲା କେକେଆର, ଏହି ଖେଳାଳିଙ୍କୁ ଦେଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ସବୁଠାରୁ ପ୍ରିୟ ଦଳ ମଧ୍ୟରୁ ଗୋଟିଏ ହେଉଛି କୋଲକାତା ନାଇଟ ରାଇଡର୍ସ (KKR)। କେକେଆର ଆଇପିଏଲ ୨୦୨୫ ପାଇଁ...

ଦିନିକିଆ କ୍ରିକେଟ୍‌ରେ ପ୍ରଥମଥର ଘଟିଲା ଏମିତି…୨ ବୋଲର୍‌ କଲେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ୨ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୁହାଁମୁହିଁ ହେବେ। ଯଦିଓ ଉଭୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image