Categories: ଖେଳ

କ୍ୱାର୍ଟରରେ ଆମେରିକା, ଇସ୍ରାଏଲ

ବୁଏନ୍ସ ଏରିସ୍‌, ୩୧ା୫: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ପ୍ରବେଶ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ବେଳେ ଉଜବେକିସ୍ତାନକୁ ୧-୦ରେ ହରାଇଛି ଇସ୍ରାଏଲ। ମେଣ୍ଡୋଜାରେ ଖେଳା ଯାଇଥିବା ମ୍ୟାଚରେ ଆମେରିକା ପ୍ରାରମ୍ଭର ପ୍ରାଧାନ୍ୟ ବିସ୍ତାର କରିଥିଲା। ଖେଳର ପ୍ରଥମାର୍ଦ୍ଧରେ ଓୟେନ୍‌ ଓଲ୍ଫ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରି ୧-୦ରେ ଆଗୁଆ କରିଥିଲେ। ଏପରିକି ୬୧ ମିନିଟରେ କେଡ୍‌ କାଓ୍ବେଲ୍‌ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ। ଜଷ୍ଟିନ୍‌ ଚେ ୭୫ ମିନିଟରେ ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ସେହିପରି ରୋକାସ ପୁକାସ୍ତାସ ୮୨ ତମ ମିନିଟରେ ଅନ୍ତିମ ଗୋଲ ଦେଇଥିଲେ। ଫଳରେ ୪-୦ର ଏକ ପାଖିଆ ବିଜୟ ସହିତ ଆମେରିକି କ୍ୱାର୍ଟରରେ ପହଞ୍ଚି ଥିବା ବେଳେ ଗାମ୍ବିଆ ଓ ଉରୁଗୁଏ ମ୍ୟାଚ୍‌ର ବିଜେତାକୁ ଦଳ ଗୁରୁବାର ଭେଟିବ।

ଏଷ୍ଟାଡିଓରେ ଅନୁଷ୍ଠିତ ମ୍ୟାଚ୍‌ରେ ଏସିଆନ୍‌ ଚାମ୍ପିୟନ ଉଜବେକିସ୍ତାନକୁ ୧-୦ରେ ପରାସ୍ତ କରିଛି ଇସ୍ରାଏଲ୍‌। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଖେଳ ଇଞ୍ଜୁରୀ ଟାଇମକୁ ଯିବା ପରେ ୯୦+୭ ମିନିଟରେ ଅନନ ଖାଲାଇଲଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପରବର୍ତ୍ତୀ ରାଉଣ୍ଡ ଅଫ୍‌ ମ୍ୟାଚ୍‌ରେ କଲମ୍ବିଆ-ସ୍ଲୋଭାକିଆ, ବ୍ରାଜିଲ୍‌-ଟ୍ୟୁନିସିଆ ସାମ୍ନାସାମ୍ନି ହେବେ।

Share