Categories: ଜାତୀୟ

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮ ସେପ୍ଟେମ୍ବର)ରେ ଦୁଇ ଦିନିଆ ଗସ୍ତରେ ଆସି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ଘୋଷଣା କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅଲ ନାହାନଙ୍କ ଏହି ଗସ୍ତ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଦୃଢ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହା ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ସହଭାଗୀତା ପାଇଁ ମଧ୍ୟ ରାସ୍ତା ଖୋଲିବ।
ଶନିବାର, ଏ ସମ୍ପର୍କରେ ସୂଚନା ପ୍ରଦାନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ କ୍ରାଉନ ପ୍ରିନ୍ସ ରବିବାର (ସେପ୍ଟେମ୍ବର ୮)ରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ। ଦ୍ୱିପାକ୍ଷିକ ପ୍ରସଙ୍ଗ ବ୍ୟତୀତ ଇସ୍ରାଏଲ-ହମାସ ବିବାଦରୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ନାହାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟକୁ ଯିବେ।

Share