ସ୍ୱାସ୍ଥ୍ୟମନ୍ତ୍ରୀ ନେଲେ ପ୍ରଥମ କରୋନା ଟିକା

ଆବୁଧାବି,୨୦ ।୯: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲରହମାନ ବିନ ମହମ୍ମଦ ଅଲ ଓୱେସ ଶନିବାର କରୋନା ଭାଇରସର ଟିକା ନେଇଛନ୍ତି । ତାଙ୍କୁ ଏହାର ପ୍ରଥମ ଡୋଜ୍ ଦିଆଯାଇଛି । ମିନିଷ୍ଟ୍ରି ଅଫ୍ ହେଲ୍‌ଥ ଆଣ୍ଡ ପ୍ରିଭେନ୍‌ଶନ ଅନୁମତି ଦେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏହି ଟିକା ଦିଆଯାଇଛି । ତେବେ ମନ୍ତ୍ରଣାଳୟ ପ୍ରଥମେ ଏହି ଟିକା କରୋନା ଯୋଦ୍ଧାଙ୍କୁ ଦେବାକୁ ଅନୁମତି ପ୍ରଦାନ କରିଥିଲା । ଖଲିଜ ଟାଇମର ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶ ଯେକୌଣସି ବିବଦ ସମୟରେ ଲୋକଙ୍କୁ ରକ୍ଷା କରିବାକୁ ଚାହେଁ । ତେବେ କ୍ଲିନିକାଲ ଟ୍ରାଏଲର ସକରାତ୍ମକ ଫଳାଫଳ ଉତ୍ସାହିତ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି କରୋନା ଟିକା ସୁରକ୍ଷିତ ଓ ପ୍ରଭାବି । ସୂଚନାଯୋଗ୍ୟ, ଏହାପୂର୍ବରୁ ନ୍ୟାଶନାଲ କ୍ଲିନିକାଲ କମିଟି ଫର୍ କୋଭିଡ-୧୯ର ଅଧ୍ୟକ୍ଷ ଟିକାର ତୃତୀୟ ପର୍ଯ୍ୟାୟର ମୁଖ୍ୟ ଯାଞ୍ଚକର୍ତ୍ତା ଡା. ନୱଲ ଅଲ କାବି କହିଛନ୍ତି କ୍ଲିନିକାଲ ଟ୍ରାଏଲ ଠିକ୍ ରାସ୍ତାରେ ଯାଉଛି । ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଟେଷ୍ଟ ସଫଳ ରହିଛି । ଛଅ ସପ୍ତାହରୁ କମ୍ ସମୟରେ ଯେବେଠାରୁ ଏହା ଉପରେ ଅଧ୍ୟୟନ କରାଗଲାଣି ୧୨୫ ଦେଶର ୩୧ ହଜାର ସେଚ୍ଛାସେବୀ କ୍ଲିନିକାଲ ଟ୍ରାଏଲରେ ସାମିଲ ହୋଇ ସାରିଲେଣି । ଏପର୍ଯ୍ୟନ୍ତ ଯାହାବି ପାଶ୍ୱର୍ ପ୍ରତିକ୍ରିୟା ସାମ୍ନାକୁ ଆସିଛି ତାହା ଖୁବ୍ କମ୍ କୌଣସି ଅଧିକ ମାତ୍ରାର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।

Share