ରାଷ୍ଟ୍ରୀୟ ଦିବସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ୟୁଏଇ ଲିଡର୍ସ

ଆବୁ ଧାବି,୧୪।୭: ୟୁନାଇଟେଡ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କୁ ଦେଶର ରାଷ୍ଟ୍ରୀୟ ଦିବସ ଅବସରରେ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।
ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦୁବଇ ଶାସକ ତଥା ରାଜା ଶେଖ ମହମ୍ମଦ ବିନ ରସିଦ ଅଲ ମାକଟମ, ଉପ ପ୍ରଧାନମନ୍ତ୍ରୀ ଓ ପ୍ରେସିଡେଣ୍ଟସିଆଲ କୋର୍ଟର ମନ୍ତ୍ରୀ ଶେଖ ମନସୁର ବିନ ଜାୟେଦ ଅଲ ନାହୟାନ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କୁ ରାଷ୍ଟ୍ରୀୟ ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

Share