ଦୁବାଇ,୩।୧୧-ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ଉପରେ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକାକୁ ପ୍ରୟୋଗ କରାଯାଇଛି। ଏ ନେଇ ଶେଖ ମହମ୍ମଦ ନିଜେ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସେ କରୋନା ଟିକାର ଡୋଜ ନେଉଥିବା ବେଳର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, କରୋନା ଟିକାର ଡୋଜ ନେବା ବେଳର ଦୃଶ୍ୟ। ଆମେ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛୁ। ୟୁଏଇରେ ଏହି ଟିକା ଉପଲବ୍ଧ କରାଇବା ପାଇଁ ନିରନ୍ତର କାର୍ଯ୍ୟ କରିଥିବା ଆମ ଦଳ ପାଇଁ ଆମେ ଗର୍ବିତ। ୟୁଏଇର ଭବିଷ୍ୟତ ସର୍ବଦା ଭଲ ରହିବ ବୋଲି ସେ କହିଛନ୍ତି।
While receiving the COVID-19 vaccine today. We wish everyone safety and great health, and we are proud of our teams who have worked relentlessly to make the vaccine available in the UAE. The future will always be better in the UAE. pic.twitter.com/Rky5iqgfdg
— HH Sheikh Mohammed (@HHShkMohd) November 3, 2020