ପ୍ରୋଟୋକଲ ଭାଙ୍ଗି ମୋଦିଙ୍କୁ ଆଲିଙ୍ଗନ କଲେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୨: ୟୁଏଇ ପୁଣି ଥରେ ଭାରତ ସହିତ ବନ୍ଧୁତ୍ୱର ଝଲକ ଦେଖାଇଛି। ଆବୁଧାବିରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜୟେଦ ଅଲ ନହ୍ୟାନ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରି ତାଙ୍କୁ ଆଲିଙ୍ଗନ କରିଥିଲେ। ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ‘ଅହଲାନ ମୋଦି’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସ୍ମୃତି ଜୀବନସାରା ମୋ ସହିତ ରହିବ। ଭାରତ ଏବଂ ୟୁଏଇ ସମୟର କଲମ ସହିତ ବିଶ୍ୱ ପୁସ୍ତକ ଉପରେ ଏକ ଉତ୍ତମ ଭାଗ୍ୟର ହିସାବ ଲେଖୁଛି।
୨୦୧୫ରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ୟୁଏଇ ଗସ୍ତ କରିଥିଲେ। ଏହାର ତିନି ଦଶନ୍ଧି ପୂର୍ବରୁ ୧୯୮୨ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ୟୁଏଇ ଯାଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ନରେନ୍ଦ୍ର ମୋଦିଙ୍କର ସପ୍ତମ ଗସ୍ତ। ୟୁଏଇର ରାଷ୍ଟ୍ରପତି ସେହି ଦିନଠାରୁ ଚାରିଥର ଭାରତ ଗସ୍ତ କରିଛନ୍ତି। ନରେନ୍ଦ୍ର ମୋଦି ଭାରତର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଛି। ଉଭୟ ଦେଶ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ମଧ୍ୟ ବୃଦ୍ଧି ପାଉଛି।

Share