ଦୁବାଇ,୧୩।୫: ପରଲୋକରେ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନାହାନ। ଶୁକ୍ରବାର ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ନେଇ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯାଇଛି। ଏଥିସହ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତଦନୁଯାୟୀ ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।
୨୦୦୪ର ନଭେମ୍ବରରୁ ଖଲିଫା ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ପଦରେ ରହିଥିଲେ। ହେଲେ ଦୀର୍ଘ ବର୍ଷ ଧରି ଅସୁସ୍ଥତା କାରଣରୁ ସେ ଜନମାନସରୁ ଦୂରେଇ ରହିଥିଲେ। ଏବେ ତାଙ୍କ ଦେହାନ୍ତ ପରେ ଆବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ଖଲିଫା ଅସୁସ୍ଥ ଥିବାରୁ ସେ ହିଁ ଦୀର୍ଘ ବର୍ଷ ହେଲାଣି ଦାୟିତ୍ୱ ତୁଲାଇ ଆସୁଥିଲେ। ଏବେ ତାଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରୁଛନ୍ତି।
I am deeply saddened to know about the passing away of HH Sheikh Khalifa bin Zayed. He was a great statesman and visonary leader under whom India-UAE relations prospered. The heartfelt condolences of the people of India are with the people of UAE. May his soul rest in peace.
— Narendra Modi (@narendramodi) May 13, 2022