ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ

ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ ୟୁଏଇରେ। ବର୍ତ୍ତମାନ ଏଠାରେ ଆଇପିଏଲ୍‌ ଚାଲିଛି। ଏହା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଦେଶର ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମଦ୍ୟପାନ କରିବା ଏବଂ ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଏକାଠି ରହିବାକୁ ଏଠାରେ ସ୍ବାଧୀନତା ଦିଆଯାଇଛି। ପୂର୍ବରୁ ଏହି ୨ଟି ଜିନିଷ ଉପରେ ନିଷିଦ୍ଧ ଥିଲା। ବିବାହ ପୂର୍ବରୁ ଜଦି କୌଣସି ପୁଅ-ଝିଅକୁ ଏକତ୍ର ଦେଖିବାକୁ ମିଳୁଥିଲା ସେମାନଙ୍କୁ ଚାବୁକରେ ମାଡ଼ ମରାଯାଉଥିଲା। ଏଥିସହ ଏଠାରେ ସର୍ବସାଧାରଣରେ ମଦ ପିଇବା ଉପରେ ମଧ୍ୟ କଟକଣା ରହିଥିଲା। ମାତ୍ର ଏବେ ଏହି ନିୟମରେ ପରିବର୍ତ୍ତନ ହେବା ପରେ ବିବାହ ପୂର୍ବରୁ ପ୍ରେମୀଯୁଗଳ ଏକାଠି ରହିପାରିବେ ଏବଂ ମଦ୍ୟପାନ ମଧ୍ୟ କରିପାରିବେ।

Share