୫ ହଜାର ଆଫଗାନ ନାଗରିକଙ୍କୁ ଶରଣ ଦେବ ୟୁଏଇ

ଦୁବାଇ,୨୨।୮ : ଆଗାମୀ ୧୦ ଦିନ ମଧ୍ୟରେ ଆମେରିକାର ବିମାନ ଯୋଗେ ୫ ହଜାର ଆଫଗାନ ନାଗରିକଙ୍କୁ ଉଦ୍ଧାର କରାଯିବ। ସେମାନଙ୍କୁ ପଡ଼ୋଶୀ ଦେଶ ସାମରିକ ଶରଣ ଦେବାକୁ ରାଜି ହୋଇଛି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)। ସେଠାରୁ ଆଫଗାନ ନାଗରିକାମାନେ ଅନ୍ୟ ଦେଶକୁ ଯିବେ।

ଆଗାମୀ ଦିନରେ ଆଫଗାନ ନାଗରିକଙ୍କୁ କାବୁଲରୁ ଆମେରିକାର ବିମାନ ଯୋଗେ ୟୁଏଇ ଅଣାଯିବ। ୫ ହଜାର ଆଫଗାନ ନାଗରିକଙ୍କୁ ୧୦ ଦିନ ପାଇଁ ୟୁଏଇରେ ରଖାଯିବ ବୋଲି ୟୁଏଇର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିବୃତିରେ କୁହାଯାଇଛି। ୟୁଏଇ ଏପର୍ଯ୍ୟନ୍ତ ୮.୫ ହଜାର ଆଫଗାନ ନାଗରିକଙ୍କୁ ନିଜ ବିମାନରେ ଉଦ୍ଧାର କରିଛି।

Share