Posted inଫୁରସତ

ଡ୍ରାଇଭରଙ୍କ ନିଆରା ଅପିଲ- ଦୟାକରି ମୋତେ ଭାଇ କି ଅଙ୍କଲ୍‌ ଡାକନ୍ତୁ ନାହିଁ…

ଆଜିକାଲିର ସମୟରେ କୌଣସି ସ୍ଥାନକୁ ଯାତ୍ରା ଲାଗି ‘ଉବେର’ ନଚେତ ‘ଓଲା’ ପ୍ରମୁଖ ସାଧନ ପାଲଟିଛନ୍ତି। ଏହାଦ୍ୱାରା ଗାଡି ସହଜରେ ବୁକ୍‌ ହେବା ସାଙ୍ଗକୁ କିଭଳି ଯିବେ ତାର ଚିନ୍ତା ଦୂର ହୋଇଥାଏ। ଆପଣ କେବେ ଏହି ଗାଡ଼ି ବୁକ୍‌ କଲେ ଡ୍ରାଇଭରଙ୍କୁ ଫୋନ୍‌ କରି ‘ଭାଇ ଆସୁଛନ୍ତି ତ?’ ବୋଲି ପଚାରିଥିବେ ନିଶ୍ଚୟ। କାରଣ ପୁଅ ହୁଅନ୍ତୁ ଅବା ଝିଅ ଉବର୍‌ ଡ୍ରାଇଭରଙ୍କୁ ଭାଇ ନଚେତ ଅଙ୍କଲ ବୋଲି ସମ୍ବୋଧନ କରିଥାନ୍ତି। ହେଲେ ଆଜି ଆମେ ଏଭଳି ଜଣେ ଉବେର୍‌ ଡ୍ରାଇଭରଙ୍କ ବିଷୟରେ କହିବୁ ଯିଏ କି ତାଙ୍କୁ ଭାଇ କିମ୍ବା ଅଙ୍କଲ ଡାକିବାକୁ ମନା କରି ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ସେ ତାଙ୍କ ଗାଡ଼ିର ସିଟ୍‌ କଭର୍‌ରେ ଏକ ବାର୍ତ୍ତା ଲେଖିଛନ୍ତି, ଯାହାର ଫଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଉକ୍ତ ଉବେର ଡ୍ରାଇଭରଜଣଙ୍କ ଏପରି କହିଛନ୍ତି କାରଣ ତାଙ୍କୁ କେହି ଭାଇ କି ଅଙ୍କଲ ଡାକୁ ତାହା ପସନ୍ଦ ନୁହେଁ। ଟୁଇଟରରେ ସୋହିନୀ ଏମ୍‌ ନାମକ ଆକାଉଣ୍ଟରୁ ଫଟୋ ଟି ପୋଷ୍ଟ କରାଯାଇଥିଲା। ଏହା ବେଶ ଭାଇରାଲ ହେବା ସହ ଲୋକେ ଡ୍ରାଇଭରଙ୍କ ସ୍ବଭାବର ପ୍ରଶଂସା କରୁଛନ୍ତି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ‘ଯଦି ଏହି ନାଁ ନୁହେଁ ତେବେ କେଉଁ ନାମରେ ଡାକିବେ’ ବୋଲି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri