ଆଜିକାଲିର ସମୟରେ କୌଣସି ସ୍ଥାନକୁ ଯାତ୍ରା ଲାଗି ‘ଉବେର’ ନଚେତ ‘ଓଲା’ ପ୍ରମୁଖ ସାଧନ ପାଲଟିଛନ୍ତି। ଏହାଦ୍ୱାରା ଗାଡି ସହଜରେ ବୁକ୍ ହେବା ସାଙ୍ଗକୁ କିଭଳି ଯିବେ ତାର ଚିନ୍ତା ଦୂର ହୋଇଥାଏ। ଆପଣ କେବେ ଏହି ଗାଡ଼ି ବୁକ୍ କଲେ ଡ୍ରାଇଭରଙ୍କୁ ଫୋନ୍ କରି ‘ଭାଇ ଆସୁଛନ୍ତି ତ?’ ବୋଲି ପଚାରିଥିବେ ନିଶ୍ଚୟ। କାରଣ ପୁଅ ହୁଅନ୍ତୁ ଅବା ଝିଅ ଉବର୍ ଡ୍ରାଇଭରଙ୍କୁ ଭାଇ ନଚେତ ଅଙ୍କଲ ବୋଲି ସମ୍ବୋଧନ କରିଥାନ୍ତି। ହେଲେ ଆଜି ଆମେ ଏଭଳି ଜଣେ ଉବେର୍ ଡ୍ରାଇଭରଙ୍କ ବିଷୟରେ କହିବୁ ଯିଏ କି ତାଙ୍କୁ ଭାଇ କିମ୍ବା ଅଙ୍କଲ ଡାକିବାକୁ ମନା କରି ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ସେ ତାଙ୍କ ଗାଡ଼ିର ସିଟ୍ କଭର୍ରେ ଏକ ବାର୍ତ୍ତା ଲେଖିଛନ୍ତି, ଯାହାର ଫଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଉକ୍ତ ଉବେର ଡ୍ରାଇଭରଜଣଙ୍କ ଏପରି କହିଛନ୍ତି କାରଣ ତାଙ୍କୁ କେହି ଭାଇ କି ଅଙ୍କଲ ଡାକୁ ତାହା ପସନ୍ଦ ନୁହେଁ। ଟୁଇଟରରେ ସୋହିନୀ ଏମ୍ ନାମକ ଆକାଉଣ୍ଟରୁ ଫଟୋ ଟି ପୋଷ୍ଟ କରାଯାଇଥିଲା। ଏହା ବେଶ ଭାଇରାଲ ହେବା ସହ ଲୋକେ ଡ୍ରାଇଭରଙ୍କ ସ୍ବଭାବର ପ୍ରଶଂସା କରୁଛନ୍ତି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ‘ଯଦି ଏହି ନାଁ ନୁହେଁ ତେବେ କେଉଁ ନାମରେ ଡାକିବେ’ ବୋଲି ପ୍ରଶ୍ନ କରିଛନ୍ତି।