ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍‌ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା

ଓ୍ବାଶିଂଟନ୍‌,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ କରିଦେଇଥା’ନ୍ତି। ଯାହାଯୋଗୁ ପୁଣି ବୁକିଂ ବେଳେ ଆପଣଙ୍କୁ ବେଳେବେଳେ ଫାଇନ୍‌ ବି ଭରିବାକୁ ପଡିଥାଏ।
କିନ୍ତୁ ଉବରର ଜଣେ ଡ୍ରାଇଭର ରାଇଡ କ୍ୟାନସଲ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା? ୭୦ବର୍ଷିୟ ଆମେରିକୀୟ ଉବର ଡ୍ରାଇଭର ଅନେକ ରାଇଡ କ୍ୟାନସଲ କରି ଓ ୧୦ପ୍ରତିଶତରୁ ଅଧିକ ରାଇଡ କନର୍ଫମ କରି ବର୍ଷକୁ ୨୮ହଜାର ଡଲାର(୨୩ଲକ୍ଷରୁ ଅଧିକ) ଟଙ୍କା ରୋଜଗାର କରିଛନ୍ତି।
ଏ ସମ୍ପର୍କରେ ଡ୍ରାଇଭର ଜଣକ କହିଛନ୍ତି ଯେ, ସେ କମ୍ପାନୀ ପଲିସିର ଫାଇଦା ଉଠାଇଛନ୍ତି। ଦକ୍ଷିଣ କେରୋଲିନରେ ରହୁଥିବା ବିଲ ନାମକ ଡ୍ରାଇଭର ଏପରି ମାଲମାଲ ହୋଇଛନ୍ତି। ୨୦୨୨ରେ ସେ ୩୦ପ୍ରତିଶତ ରାଇଡ କ୍ୟାନସଲ ଓ ୧୦ପ୍ରତିଶତରୁ କମ୍‌ ରାଇଡ ରିକ୍ୟେଷ୍ଟ ଗ୍ରହଣ କରିଛନ୍ତି। ବର୍ଷକୁ ସେ ମୋଟ ୧୫୦୦ଯାତ୍ରା କରିଛନ୍ତି। ତେବେ ଉବର ବ୍ୟତୀତ ଅଧିକ ଯଙ୍କା ରୋଜଗାର ପାଇଁ ସେ ରାଇଡ ହେଲିଂ ପ୍ଲାଟଫର୍ମରେ ପାର୍ଟ ଟାଇମ୍‌ କାମ କରିବା ଆରମ୍ଭ କଲେ। ଯେତେବେଳେ ଯାଏଁ ସର୍ଜ ପ୍ରାଇସଂରେ କୌଣସି ବୃଦ୍ଧି ଦେଖା ନ ଯାଏ ବିଲ କୌଣସି ରାଇଡ କନଫର୍ମ କରନ୍ତି ନାହିଁ। ତେବେ ତାଙ୍କ କୌଶଳନୁସାରେ ଶୁକ୍ରବାର, ଶନିବାର ରାତି ୧୦ଟାରୁ ସାଢେ ୨ପର୍ଯ୍ୟନ୍ତ ଏୟାରପୋର୍ଟ ଓ ବାର୍‌ ପରି ସ୍ଥାନରେ ଆଡ୍ଡା ଜମାଇ ବସିଥା’ନ୍ତି। ପ୍ଲେନ ଲ୍ୟାଣ୍ଡିଂ ସମୟରେ ପାସେଞ୍ଜର ଗାଡି ବୁକିଂ କରିଥାନ୍ତି। ଏହି ସମୟରେ ସର୍ଜ ପ୍ରାଇସଂରେ ବୃଦ୍ଧି ଦେଖିବାକୁ ମିଳିଥାଏ।
ବିଲ୍‌ କହିଛନ୍ତି, ଏହି ସମୟରେ ୨୦ମିନିଟ୍‌ର ରାଇଡ ୧୦ଡଲାରରୁ ବଢି ୫୦ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri