Posted inଫୁରସତ

ରାତାରାତି କୋଟିପତି ହୋଇଗଲେ ୫ ସନ୍ତାନର ମା’

ଆମେରିକାରେ ରହୁଥିବା ଜଣେ ମହିଳା ରାତାରାତି କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉବର ଇଟ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ପାଖାପାଖି ୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡର ଏହି ମହିଳା ପୂର୍ବପରି କାମ କରୁଥିଲେ। ଗତ ସପ୍ତାହରେ ସେ ଲଟେରୀ ଜିତିବାପରେ ତାଙ୍କ ଜୀବନ ଏକ ଅପ୍ରତ୍ୟାଶିତ ମୋଡ଼ ନେଇଥିଲା। ଲଟେରୀ ଅଧିକାରୀମାନେ କହିଛନ୍ତି, ଉବର ଇଟ୍‌ସ ଡ୍ରାଇଭର୍‌ କାମ କରୁଥିବା ୫ ସନ୍ତାନର ମା’ ୨୫୦,୦୦୦ ଡଲାର୍‌ ଅର୍ଥାତ୍‌ ୧,୮୭,୧୯,୬୦୦ ଟଙ୍କାର ଲଟେରୀ ଜିତିଛନ୍ତି। ଏହାପରେ ସେ ଆଉ ଚାକିରି କରିବେ ନାହିଁ ବୋଲି ୪୭ ବର୍ଷୀୟା ଏହି ମହିଳା ଜଣଙ୍କ କହିଛନ୍ତି। ବାଟରେ ଯାଉଥିବାବେଳେ ହଠାତ୍‌ ମନକୁ ଆସିଲା ଆଜି କିଛି ଲଟେରୀ ଟିକେଟ୍‌ କିଣିବି। ଏହାରେ ମେରିଲ୍ୟାଣ୍ଡ ଆପ୍‌ ବ୍ୟବହାର କରି ଟିକେଟ୍‌ କିଣିଥିଲି। କିନ୍ତୁ କେବେ ଭାବି ନ ଥିଲି ଏତେ ଟଙ୍କା ମୁଁ ଜିତିବି। କାରଣ ପୂର୍ବରୁ ମାତ୍ର ଅଳ୍ପ ଟଙ୍କାର ଲଟେରୀ ବେଳେବେଳେ ଜିତୁଥିଲି। ଏଥର ମୋ ଭାଗ୍ୟ ସହାୟତା ଦେଇଛି ବୋଲି ମହିଳା ଜଣଙ୍କ କହିଛନ୍ତି। ଜିତିଥିବା ଟଙ୍କାରେ ଘରର ଡାଉନ୍‌ ପେମେଣ୍ଟ୍‌ ଦେବା ସହ ପିଲାମାନଙ୍କ ଭବିଷ୍ୟତ ପାଇଁ ଖର୍ଚ୍ଚ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri