Categories: ବାଣିଜ୍ୟ

ବୟସ୍କଙ୍କୁ ଉବରର ସହାୟତା

ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ୨ୟ ପର୍ଯ୍ୟାୟରେ ସହଯୋଗ କରିବା ପାଇଁ ଉବର ପକ୍ଷରୁ ୧୦କୋଟି ଟଙ୍କା ମୂଲ୍ୟର ମାଗଣା ରାଇଡ୍‌ ପ୍ରଦାନ କରୁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ , ରାଜ୍ୟ ସରକାର ଓ ସ୍ଥାନୀୟ ଏନ୍‌ଜିଓଗୁଡିକୁ ସମର୍ଥନ ଘୋଷଣା କରାଯାଇଛି। ଏହି ମାଗଣା ରାଇଡ୍‌ଗୁଡିକୁ ୨ୟ ପର୍ଯ୍ୟାୟ ପାଇଁ ଚିହ୍ନିତ ହୋଇଥିବା ଟାର୍ଗେଟ୍‌ ଗ୍ରୁପ୍‌, ୬୦ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଅଧିକ ବୟସର ଅସୁସ୍ଥ ନାଗରିକମାନଙ୍କ ଦ୍ୱାରା ସେମାନଙ୍କ ନିକଟସ୍ଥ ସ୍ବୀକୃତିପ୍ରାପ୍ତ ଟିକାକରଣ କେନ୍ଦ୍ରଗୁଡିକୁ ଯାତାୟାତ ପାଇଁ ବ୍ୟବହାର କରାଯାଇପାରିବ। ଏହି ଅଭିଯାନ ଦୁର୍ବଳ ବ୍ୟକ୍ତିମାନଙ୍କୁ ସହଜ ରିଡିମେବୁଲ ପ୍ରୋମୋ କୋଡ୍‌ ମାଧ୍ୟମରେ ମାଗଣା ରାଇଡ୍‌ ପ୍ରଦାନ କରିବ, ଯାହା ଟିକାକରଣ କେନ୍ଦ୍ରକୁ ଯାତ୍ରା ସହଜ କରିବ।

Share