ଭୁବନେଶ୍ୱର,୨୩।୮: ଜେସିବି ଗ୍ରାହକମାନଙ୍କୁ ଇକ୍ୟୁପ୍ମେଣ୍ଟ ଫାଇନାନ୍ସ ପ୍ରଦାନ କରିବା ପାଇଁ ଜେସିବି ଇଣ୍ଡିଆ ଲିଃ (ଜେସିବି) ସହ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ଏକ ଚୁକ୍ତିପତ୍ର ସ୍ବାକ୍ଷର କରିଛି। ଏହି ଅଂଶୀଦାରି ଅଧୀନରେ ୟୁବିଆଇ ଏବଂ ଜେସିବି ଉଭୟ ନିଜ ନିଜର ସମ୍ବଳକୁ ଏକାଠି କରିବାକୁ ଏବଂ ପାରସ୍ପରିକ ଲାଭ ପାଇଁ ପରସ୍ପର ସହ ଯୋଡ଼ି ହୋଇ ରହିବା ଲାଗି ସହମତି ପ୍ରକାଶ କରିଥିଲେ। ଫଳରେ ବ୍ୟାଙ୍କର ବ୍ୟାପକ ଉପସ୍ଥିତି ସାରା ଦେଶରେ ଥିବା ଜେସିବି ମେଶିନ୍ର କ୍ରେତାମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବାକୁ ୟୁବିଆଇ ଜେସିବି ଇଣ୍ଡିଆକୁ ସାହାଯ୍ୟ କରିବ। ଜେସିବି ଇଣ୍ଡିଆ ଭାରତରେ ନିର୍ମାଣ ସମ୍ବନ୍ଧୀୟ ଉପକରଣଗୁଡ଼ିକର ସବୁଠାରୁ ବଡ଼ ନିର୍ମାତା ସହ ଗ୍ଲୋବାଲ ଜେସିବି ଗ୍ରୁପ୍ ୟୁକେର ଅଂଶ ଅଟେ। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଉଭୟ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ (ଏମ୍ଏସ୍ଏମ୍ଇ) ସି.ଏମ୍. ମିନୋଚା ଏବଂ ଜେସିବି ଇଣ୍ଡିଆ ଲିମିଟେଡ୍ର ଆସୋସିଏଟ ଭାଇସ୍ ପ୍ରେସିଡେଣ୍ଟ ଏବଂ ମୁଖ୍ୟ ରିଟେଲ ଫାଇନାନ୍ସ ଅନୁଜ ତୋମାରଙ୍କ ମଧ୍ୟରେ ଉକ୍ତ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲା।