Categories: ବାଣିଜ୍ୟ

ୟୁବିଆଇର ମେଗା ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୨୮।୧୦ :ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ସଂଯୋଗୀକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଆସ୍ପିରେଶନାଲ ଜିଲା ଖୋର୍ଦ୍ଧା ପାଇଁ ଏହି ଅଭିଯାନ ୟୁବିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଗୋକୁଳାନନ୍ଦ ଦାସ, ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ତଥା ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତଥା ଉପ-ମହାପ୍ରବନ୍ଧକ ନିରଞ୍ଜନ ବାରିକ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ କୁମାର ମିଶ୍ର, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ-କ୍ଷେତ୍ରୀୟ ମୁଖ୍ୟ ଜିତେନ୍ଦ୍ର କୁମାର ସାମଲ, ସହାୟକ ମହାପ୍ରବନ୍ଧକ ତଥା ଏମ୍‌ଏଲ୍‌ପି ମୁଖ୍ୟ ହରେରାମ ଶାହାଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଓ ଆର୍‌ଏଲ୍‌ପି ଭୁବନେଶ୍ୱର, ଭୁବନେଶ୍ୱର ସହର ଅଧୀନ ବିଭିନ୍ନ ଶାଖାର ଶାଖା ମୁଖ୍ୟ ଏବଂ ବ୍ୟାଙ୍କର ଗ୍ରାହକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଯୋଜନା ଅନ୍ତର୍ଗତ ଗ୍ରାହକମାନଙ୍କୁ ପ୍ରାୟ ୨୦୦ଟି ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ବ୍ୟାଙ୍କର ନୟାପଲ୍ଲୀ ଶାଖା, ଚନ୍ଦ୍ରଶେଖରପୁର ଶାଖା, ଭୁବନେଶ୍ୱର ମୁଖ୍ୟ ଶାଖା ଏବଂ ଆଇଗିଣିଆ ଶାଖାଠାରେ ଅନୁଷ୍ଠିତ ହୋଇଥିଲା।
ସେହିଭଳି ବ୍ୟାଙ୍କରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଦାସ ଗ୍ରାହକମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ ବ୍ୟାଙ୍କିଙ୍ଗ୍‌ ସେବାକୁ ଅଧିକ ପ୍ରଭାବଶାଳୀ କରି ଗ୍ରାହକମାନଙ୍କୁ ନିଜର ମତାମତ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।

Share