Categories: ବାଣିଜ୍ୟ

ୟୁବିଆଇର ମେଗା ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୫।୩: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ଦୁଇଦିନିଆ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳର ଉପ-ଆଞ୍ଚଳିକ ମୁଖ୍ୟ ଆର୍‌ ଦେବରାଜ,ରଞ୍ଜିତ ସିଂ,ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ, ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ର,ଜିତେନ୍ଦ୍ର କୁମାର ସାମଲଙ୍କ ସମେତ ଏମ୍‌ଏଲ୍‌ପି ମୁଖ୍ୟ ହରେରାମ ସାହା, ଆର୍‌ଏଲ୍‌ପି ଶାଖା ମୁଖ୍ୟ ହରେକୃଷ୍ଣ ପାହି, ଭୁବନେଶ୍ୱର ସହର ଅନ୍ତର୍ଗତ ବିଭିନ୍ନ ଶାଖାର ଶାଖା ମୁଖ୍ୟ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ, ଆର୍‌ଏଲ୍‌ପି ଭୁବନେଶ୍ୱର ଓ ଏମ୍‌ଏଲ୍‌ପି ଭୁବନେଶ୍ୱରର ଅଧିକାରୀଙ୍କ ସମେତ ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୧ଜଣ ପ୍ରତିଷ୍ଠିତ ବିଲ୍ଡର, ୭ଜଣ ପ୍ରତିଷ୍ଠିତ କାର ଏବଂ ଗାଡି ଡିଲର, ୨ଟି ଶିକ୍ଷାନୁଷ୍ଠାନ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ କାର ଡିଲରମାନେ ପ୍ରଦର୍ଶନୀରେ ଗାଡି ପ୍ରଦର୍ଶନ କରିଥିଲେ। ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଆଭିମୁଖ୍ୟ ସମ୍ପର୍କରେ ଗ୍ରାହକମାନଙ୍କୁ ଅବଗତ କରାଇବା ସହ ଗ୍ରାହକମାନଙ୍କୁ ସାଙ୍କସନ ଆଡଭାଇସ୍‌ ଏବଂ ଇନ୍‌-ପ୍ରିନ୍ସପୁଲ ସାଙ୍କସନ୍‌ ଆଡଭାଇସ୍‌ ପ୍ରଦାନ କରିଥିଲେ। ଏହି ଦୁଇଦିନିଆ ଏକ୍ସପୋକୁ ପ୍ରାୟ ୧୫୦୦ ବ୍ୟକ୍ତି ପରିଦର୍ଶନ କରି ଏହାକୁ ସଫଳ କରାଇଥିଲେ।

Share