Categories: ବାଣିଜ୍ୟ

ୟୁବିଓଆଇର ‘ୟୁନିୟନ ମୁସ୍କାନ୍‌’

ଭୁବନେଶ୍ୱର,୭।୬: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଓଆଇ)ର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ୟୁନିୟନ ମୁସ୍କାନ୍‌’ ଆୟୋଜିତ ହୋଇଯାଇଛି। ବିଶେଷକରି ସମ୍ବଲପୁର ଅଞ୍ଚଳର କୁନି କୁନି ପିଲା ଏବଂ ସେମାନଙ୍କ ଅଭିଭାବକମାନଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ୟୁବିଓଆଇର ପ୍ରମୁଖ ଉପତ୍ାଦ ‘ୟୁନିୟନ୍‌ ମୁସ୍କାନ୍‌’ ସମ୍ବନ୍ଧରେ ଜନସଚେତନତା ସୃଷ୍ଟିକରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ୟୁବିଓଆଇର କ୍ଷେତ୍ରୀୟ ମୁଖ୍ୟ ଧର୍ମେନ୍ଦ୍ର ରାଜୋରିଆ ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ଏଚ୍‌.କେ.ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଏକ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପରିଶେଷରେ ପ୍ରତିଯୋଗିତାର କୃତୀ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁବିଓଆଇର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଯୋଗଦେଇଥିଲେ।

Share