Categories: ଜାତୀୟ

ୟୁସିସି ଏକ ରାଜନୈତିକ ଅସ୍ତ୍ର, ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବ୍ୟବହାର କରୁଛି ଭାଜପା: ସୀତାରାମ ୟେଚୁରୀ…

କୋଝିକୋଡେ,୧୫।୭ : ସମ୍ପ୍ରତି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଷୟରେ ଆଲୋଚନା ଚାଲିଛି। ଏହି ସମୟରେ, ଆଇନ ଆୟୋଗ ଜୁଲାଇ ୧୪ ରୁ ଜୁଲାଇ ୨୮ ପର୍ଯ୍ୟନ୍ତ ପରାମର୍ଶ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ଏଥି ସହିତ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ନେତା ସୀତାରାମ ୟେଚୁରୀ କହିଛନ୍ତି ୟୁସିସି ଏକ ରାଜନୈତିକ ଅସ୍ତ୍ର ଏବଂ ଭାଜପା ଏହାକୁ ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବ୍ୟବହାର କରୁଛି।

ଶନିବାର ବାମ ଦଳ ଦ୍ୱାରା ଆୟୋଜିତ ୟୁସିସି ଉପରେ ଏକ ଜାତୀୟ ସେମିନାରରେ ସିପିଏମ ନେତା ଦାବି କରିଛନ୍ତି ସାମ୍ପ୍ରଦାୟିକ ଧ୍ରୁବୀକରଣକୁ ତୀବ୍ର କରିବା ପାଇଁ ଏହାର ବ୍ୟବହାର କରାଯାଉଛି। କୋଝିକୋଡେରେ ସେ ଗୁରୁତ୍ୱାରୋପ କରିଛନ୍ତି ଏକରୂପତା ଅର୍ଥ ସମାନତା ନୁହେଁ।

ୟେଚୁରୀ କହିଛନ୍ତି ଭେଦଭାବକାରୀ ଆଇନଗୁଡିକ ସମଗ୍ର ସମ୍ପ୍ରଦାୟର ପରାମର୍ଶରେ ସଂଶୋଧନ କରାଯିବା ଉଚିତ। ମାତ୍ର ଜୋର ଜବରଦସ୍ତ ୟୁସିସି ଲାଗୁ କରି ନୁହେଁ। ଏକବିଂଶ ଆଇନ ଆୟୋଗ ଏହା ସ୍ପଷ୍ଟ କରିଥିଲେ ଏହି ସ୍ତରରେ ୟୁସିସି ଆବଶ୍ୟକ ଅବା ବାଞ୍ଛନୀୟ ନୁହେଁ।

ସିପିଆଇ (ଏମ) ସମାନତା ପାଇଁ ଛିଡା ହୋଇଛି ଏବଂ ଏହା ହେଉଛି ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମାନତା ଯାହା ପାଇଁ ଆମେ ଲଢ଼ିବା ଆବଶ୍ୟକ। ୟେଚୁରୀ କହିଛନ୍ତି ଏକରୂପତା ଲଗାଇବାକୁ ଯେକୌଣସି ପ୍ରୟାସ ଆମର ସମାଜର ମୂଳଦୁଆକୁ ଦୋହଲାଇ ଦେବ।

 

Share