Categories: ଜାତୀୟ

ଦେଶ ପାଇଁ ୟୁସିସି ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାଜପାର ପ୍ରତିଶ୍ରୁତି ପତ୍ର ବା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଏଥିରେ ଅନେକ ପ୍ରକାରର ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦଳର ସଭାପତି ଜେପି ନଡା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ନିବେଶ ଅପେକ୍ଷା ଚାକିରି ଉପରେ ଆମର ଧ୍ୟାନ ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାଶନ ଯୋଗାଇ ଦିଆଯିବ। ସଂକଳ୍ପ ପତ୍ର ରିଲିଜ ପୂର୍ବରୁ ଏକ ରିଲ୍‌ ମଧ୍ୟ ଶେୟାର କରାଯାଇଥିଲା, ଯେଉଁଥିରେ ବିକଶିତ ଭାରତର ଝଲକ ଦେଖିବାକୁ ମିଳିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର ଧାରଣାକୁ ହୃଦୟଙ୍ଗମ କରିବାକୁ ଆମେ ସଂକଳ୍ପ ନେଇ ଆଗକୁ ବଢ଼ିବା। ଜାତୀୟ ସ୍ବାର୍ଥରେ ୟୁନିଫର୍ମ ସିଭିଲ କୋଡ (ୟୁସିସି)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share