Posted inଜାତୀୟ

ଧର୍ମନିରପେକ୍ଷତା ପ୍ରତି ୟୁସିସି ବିପଦ

ନୂଆଦିଲ୍ଲୀ,୧୮।୮:ଭାରତରେ ପରବର୍ତ୍ତୀ ସରକାର ଗଠନ ହେବାର ୧୦ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଦୀର୍ଘକାଳୀନ ଅଭିଯାନ ଉପରେ ପୁଣି ଜୋର୍‌ ଦେଇଛି। ବିବିଧତାପୂର୍ଣ୍ଣ ଏହି ଦେଶରେ ସମାନତା ଏକ ବିବାଦୀୟ ପ୍ରସଙ୍ଗ ରହିଆସିଥିବାବେଳେ ନାଗରିକମାନଙ୍କ ବ୍ୟକ୍ତିଗତ ବ୍ୟାପାର ସମ୍ପର୍କିତ ଆଇନ ପ୍ରଣୟନକୁ ନେଇ ବହୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ସଂଖ୍ୟାବହୁଳ ହିନ୍ଦୁ (୯୬୬ ନିୟୁତ) ଏବଂ ସଂଖ୍ୟାଲଘୁ ମୁସଲମାନ (୨୧୩ ନିୟୁତ) ଓ ଖ୍ରୀଷ୍ଟିଆନ (୨୬ ନିୟୁତ) ବସବାସ କରନ୍ତି। ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ହେଉଛି ୧୦୪ ନିୟୁତ। ଏମାନେ ନିଜ ନିଜ ଦଓ୍ବୋନୀ ଧର୍ମ ଓ ସଂସ୍କୃତି ପ୍ରଭାବିତ ନାଗରିକ ଆଇନ ଦ୍ୱାରା ପରିଚାଳିତ ହେଉଥିଲେ ହେଁ ସମସ୍ତଙ୍କ କ୍ଷେତ୍ରରେ ଗୋଟିଏ ଆପରାଧିକ ଆଇନ ଲାଗୁ ହୋଇଥାଏ।
ଦେଶରେ ଏକକ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ କରିବାକୁ କିଛି ସପ୍ତାହ ତଳେ ମୋଦି ବ୍ୟକ୍ତିଗତ ଭାବେ ଜୋର୍‌ ଦେଇଥିଲେ। ୟୁସିସି କାର୍ଯ୍ୟକାରୀ ହେଲେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର, ପୋଷ୍ୟ, ଅଭିଭାବକତ୍ୱ ଏବଂ ଜମି ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବ୍ୟକ୍ତିଗତ ଆଇନଗୁଡ଼ିକ ସ୍ବତଃ ଉଚ୍ଛେଦ ହୋଇଯିବ। ଜୁନ୍‌େରେ ମୋଦି ଭାଜପା କର୍ମୀଙ୍କୁ ସମ୍ବୋଧିତ କରି କହିଥିବା କଥାକୁ ୟୁସିସି ସମର୍ଥକମାନେ ଉଦ୍ଧୃତ କରୁଛନ୍ତି। ସେମାନଙ୍କ ମତରେ ଆଧୁନିକ ରାଷ୍ଟ୍ରରେ ‘ଦ୍ୱୈତ ଆଇନ’ ଅନାବଶ୍ୟକ। ବ୍ୟକ୍ତିଗତ ଆଇନଗୁଡ଼ିକରେ ଲିଙ୍ଗଗତ ବୈଷମ୍ୟକୁ ଶେଷ କରିବା ଦିଗରେ ୟୁସିସି ଏକ ବଳିଷ୍ଠ ପଦକ୍ଷେପ ହେବ। ଭାଜପା ନିର୍ଦ୍ଦିଷ୍ଟ ଭାବେ ଭାରତରେ ମୁସଲିମ୍‌ ପର୍ସନାଲ ଲ’କୁ ମହିଳା ବିରୋଧୀ ଆଖ୍ୟା ଦେଇଆସିଥିବାବେଳେ ଆକ୍ଟିଭିଷ୍ଟମାନେ ପ୍ରାୟ ସବୁ ସମ୍ପ୍ରଦାୟର ଲୋକେ ଅନୁସରଣ କରୁଥିତ୍ବା ନାଗରିକ ଆଇନରେ ମହିଳାଙ୍କ ସହ ପକ୍ଷପାତିତା କରାଯାଇଥିବା କୁହନ୍ତି। ୟୁସିସିକୁ ଏହାର ସମର୍ଥକମାନେ ଜାତୀୟ ସଂହତି ପାଇଁ ସହାୟକ ହେବ ବୋଲି କହିଥାନ୍ତି। କିନ୍ତୁ ୟୁସିସିର ରୂପରେଖ କିପରି ହେବ ସେନେଇ ମୋଦି ସରକାର ଏଯାଏ କୌଣସି ଚିଠା ଜାରି କରିନାହାନ୍ତି।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କୁ ନୂ୍ୟନ କରିବା ପାଇଁ ମୋଦି ସରକାର ୟୁସିସିକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। ୟୁସିସି ଲାଗୁ ହେଲେ ଧର୍ମୀୟ ସଂଖ୍ୟାଲଘୁ ଓ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସମ୍ବିଧାନ ପ୍ରଦତ୍ତ ଧାର୍ମିକ ତଥା ସାଂସ୍କୃତିକ ଅଧିକାର ହରାଇବା ନେଇ ଆଶଙ୍କା କରୁଛନ୍ତି। କାରଣ ୨୦୧୪ରେ ମୋଦି ସରକାର କ୍ଷମତାସୀନ ହେବା ପରଠୁ ଦେଶର ବିଭିନ୍ନ ଭାଗରେ ଧର୍ମୀୟ ଓ ଜାତିଆଣ ବୈଷମ୍ୟଜନିତ ବିଭାଜନ ବଢ଼ିବାରେ ଲାଗିଥିବାରୁ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଦେଖିବାକୁ ଗଲେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ହିନ୍ଦୁଙ୍କ ଆକ୍ରମଣ ଘଟଣା ବଢ଼ିଛି।
କେନ୍ଦ୍ର ସରକାରଙ୍କୁ ଆଇନ ସଂସ୍କାର ଉପରେ ପରାମର୍ଶ ଦେଉଥିବା ଭାରତର ଲ’ କମିଶନ ଇତିମଧ୍ୟରେ ଧର୍ମୀୟ ସଙ୍ଗଠନଗୁଡ଼ିକ ସମେତ ବିଭିନ୍ନ ପକ୍ଷଙ୍କଠାରୁ ୟୁସିସି ଉପରେ ୭.୫ ନିୟୁତରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଗ୍ରହଣ କରିଛନ୍ତି। ନିର୍ବାଚନ ପୂର୍ବରୁ ଯାହା ବିତର୍କର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ, ତାହା ହେଉଛି ୟୁସିସି ଲାଗୁ ହେଲେ ଭାରତର ଧର୍ମନିରପେକ୍ଷତା ଦୁର୍ବଳ ହୋଇଯିବ କି? ରାଜନୀତି ବିଜ୍ଞାନୀମାନେ ଯୁକ୍ତି ବାଢ଼ନ୍ତି, ବ୍ୟକ୍ତିଗତ ଆଇନଗୁଡ଼ିକରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଥିବାବେଳେ ୟୁସିସି ପାଇଁ ନିଆଯାଉଥିବା ପଦକ୍ଷେପ ସହମତିଭିତ୍ତିକ ହେବା ଉଚିତ। ଏପରି ନ ହେଲେ ରାଜନୈତିକ ଉଦ୍ଦେଶ୍ୟରେ ଏହି ପ୍ରସ୍ତାବ ଅଣାଯାଇଛି ବୋଲି ଧରାଯିବ ଏବଂ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ପାଇଁ ଏହାର ପରିଣାମ ବିପଜ୍ଜନକ ହୋଇପାରେ। ଉଦାହରଣ ସ୍ବରୂପ ଅନ୍ୟ କେତେକ ରାଷ୍ଟ୍ରକୁ ବିଚାରକୁ ନିଆଯାଇପାରେ। ୧୮୦୪ରେ ଫ୍ରାନ୍ସରେ ଅନେକ ଶହ ସ୍ଥାନୀୟ ଆଇନକୁ ଉଚ୍ଛେଦକରି ନାଗରିକମାନଙ୍କ ପାଇଁ ଏକ ଦଓ୍ବୋନୀ ଆଇନ ପ୍ରଣୟନ କରାଯାଇଥିଲା। ଇଟାଲୀ, ସ୍ପେନ୍‌, ଜର୍ମାନୀ, ପର୍ତ୍ତୁଗାଲ, ଆୟରଲାଣ୍ଡ, ଇଜିପ୍ଟ ଓ ତୁର୍କୀ ଭଳି ରାଷ୍ଟ୍ରରେ ସାଧାରଣ ବ୍ୟକ୍ତିଗତ ଆଇନ ପ୍ରଚଳିତ। ଆମେରିକାର ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଆଇନ ଲାଗୁ କରାଯାଇପାରେ। କିନ୍ତୁ ସୁପ୍ରିମକୋର୍ଟ ୨୦୨୫ରେ ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ କରିବା ଭଳି ଦେଶବ୍ୟାପୀ ଗୋଟିଏ ଆଇନର କାର୍ଯ୍ୟକାରୀ କରାଇପାରନ୍ତି।
ଅତୀତରେ ଭାରତରେ ମଧ୍ୟ ବ୍ୟକ୍ତିଗତ ଆଇନଗୁଡ଼ିକୁ ନେଇ ଅନେକ ବିତର୍କ ହୋଇଛି। ଜାତିଗତ ବୈଷମ୍ୟକୁ ଶେଷ କରିବା ଏବଂ ମହିଳାଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ଏକ ଡ୍ରାଫ୍ଟ ହିନ୍ଦୁ କୋଡ୍‌ ବିଲ୍‌ ୧୯୪୭ରେ ବ୍ରିଟିଶ ଇଣ୍ଡିଆର ସେଣ୍ଟ୍ରାଲ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲିରେ ଆଗତ କରାଯାଇଥିଲା। ପରେ ୧୯୪୮ରେ ସ୍ବାଧୀନ ଭାରତର ସମ୍ବିଧାନ ସଭାରେ ଏହାକୁ ଆଗତ କରାଯାଇଥିଲା। ବର୍ତ୍ତମାନ ଲିଙ୍ଗଗତ ସମାନତା ପାଇଁ ଓକିଲାତି କରୁଥିବା ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ନେତୃତ୍ୱରେ ହିନ୍ଦୁ ଜାତୀୟତାବାଦୀମାନେ ୟୁସିସି ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ସେମାନେ ସେହି ସମୟରେ ହିନ୍ଦୁ କୋଡ୍‌ ବିଲ୍‌କୁ ହିନ୍ଦୁ ସମାଜ ପାଇଁ ‘ଆଟମ୍‌ ବମ୍‌’ ବା ପରମାଣୁ ବୋମା ଭାବେ ଅଭିହିତ କରି ବିରୋଧ କରିଥିଲେ। ୧୯୮୪ରେ ୟୁସିସି ଉପରେ ସ୍ବାଧୀନ ଭାରତର ନୂଆ ସମ୍ବିଧାନ ପାଇଁ ଉଦ୍ଦିଷ୍ଟ ଚିଠା କମିଟି ଆଲୋଚନା କରିବା ସମୟରେ ଜଣେ ସଦସ୍ୟ ଯୁକ୍ତି ବାଢ଼ିଥିଲେ ଯେ, ଏହା ଦେଶର ଏକତା ଏବଂ ପ୍ରସ୍ତାବିତ ସମ୍ବିଧାନର ନିରପେକ୍ଷ ବିଶ୍ୱସନୀୟତାକୁ ବଜାୟ ରଖିବ। ମୁସଲମାନ ସଦସ୍ୟମାନେ ସେମାନଙ୍କ ଧର୍ମୀୟ ସ୍ବାଧୀନତାରେ ହସ୍ତକ୍ଷେପ ହେବା ଆଶଙ୍କା କରି ଏହାକୁ ବିରୋଧ କରିଥିଲେ। କିନ୍ତୁ ବିନା ଏକକ ଦଓ୍ବୋନୀ ସଂହିତାରେ ମହିଳାମାନଙ୍କ ଅଧିକାର ସୁରକ୍ଷିତ ହୋଇପାରିବ ନାହିଁ ବୋଲି ଯୁକ୍ତି କରାଯିବାରୁ ସେମାନେ ପଛଘୁଞ୍ଚା ଦେଇଥିଲେ। ଶେଷରେ ୟୁସିସି ପ୍ରଣୟନ ପ୍ରସ୍ତାବକୁ ସମ୍ବିଧାନର ଡିରେକ୍ଟିଭ୍‌ ପ୍ରିନ୍ସିପୁଲ୍ସରେ ସନ୍ନିବେସିତ କରାଯାଇଥିଲା। ଅର୍ଥାତ୍‌ ରାଷ୍ଟ୍ର ତତ୍କାଳ ୟୁସିସି ଆଣିବାକୁ ବାଧ୍ୟ ନୁହେଁ ଏବଂ ସବୁ ସମ୍ପ୍ରଦାୟର ସହମତି ଭିତ୍ତିରେ ପରବର୍ତ୍ତୀ ସମୟରେ ୟୁସିସି ଅଣାଯାଇପାରେ ବୋଲି ଏଥିରେ କୁହାଯାଇଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ୟୁସିସି ଆଣିବା ନେଇ ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୨୦୧୮ରେ ଲ’ କମିଶନ ୟୁନିଫର୍ମ ସିଭିଲ୍‌ କୋଡ୍‌କୁ ‘ଅଣଜରୁରୀ ଓ ଅବାଞ୍ଛନୀୟ’ ଦର୍ଶାଇ କହିଥିଲେ, ଧର୍ମନିରପେକ୍ଷତା ଦେଶରେ ପ୍ରଚଳିତ ବହୁଳବାଦର ବିରୁଦ୍ଧାଚରଣ କରିପାରିବ ନାହିଁ।
(ସୌଜନ୍ୟ: ଅଲ୍‌ଜଜିରା)


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri