Categories: ଜାତୀୟ

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ଭାଜପାର ପ୍ରତିଶ୍ରୁତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। କଂଗ୍ରେସ ପାଇଁ ଦେଶର ସମ୍ପତ୍ତି ଉପରେ ମୁସଲମାନଙ୍କର ପ୍ରଥମ ଅଧିକାର ହୋଇଥିବାବେଳେ ଭାଜପା ପାଇଁ ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀମାନଙ୍କ ପ୍ରଥମ ଅଧିକାର। ମଧ୍ୟପ୍ରଦେଶର ଗୁନା ଲୋକ ସଭା ଆସନରେ ଦଳୀୟ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ ଶାହା ଏହା କହିଛନ୍ତି। କଂଗ୍ରେସ ମୁସଲମାନ ପର୍ସନାଲ ଲ’, ତିନି ତଲାକକୁ ଫେରାଇ ଆଣିବାକୁ ଚାହୁଁଛି। ମୁସଲମାନ ଆଇନରେ ଦେଶ ଚାଲିପାରିବ କି ବୋଲି ଶାହା ପ୍ରଶ୍ନ କରିଥିଲେ।

Share