Categories: ଜାତୀୟ

ଦେଶରେ ଶୀଘ୍ର ଲାଗୁ ହେବ ୟୁସିସି: ବିଶ୍ୱଶର୍ମା

ହାଇଦ୍ରାବାଦ,୧୫ା୫: ଭାରତରେ ଶୀଘ୍ର ସମାନ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ ହେବ। ଏଥିସହ ବହୁ ବିବାହ ପ୍ରଥା ମଧ୍ୟ ଉଚ୍ଛେଦ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ସୂଚନା ଦେଇଛନ୍ତି। ତେଲଙ୍ଗାନା ଭାଜପା ସଭାପତି ତଥା ଲୋକ ସଭା ସଦସ୍ୟ ବନ୍ଦି ସଞ୍ଜୟ କୁମାରଙ୍କ ଦ୍ୱାରା କରିମନଗରରେ ଆୟୋଜିତ ‘ହିନ୍ଦୁ ଏକତା ଯାତ୍ରା’କୁ ସମ୍ବୋଧିତ କରି ବିଶ୍ୱଶର୍ମା କହିଛନ୍ତି, ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ୪ ଜଣ ମହିଳାଙ୍କୁ ବିବାହ କରିପାରିବେ ବୋଲି ମନେକରନ୍ତି। କିନ୍ତୁ ସେମାନେ ଆଗକୁ ସେପରି କରିପାରିବେ ନାହିଁ। ସେଦିନ ବେଶି ଦୂର ନୁହେଁ, ଯେତେବେଳେ ସାରା ଦେଶରେ ୟୁସିସି ଲାଗୁ ହେବ। ସେତେବେଳେ ଭାରତ ମଧ୍ୟ ଏକ ବାସ୍ତବ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ ହେବ।

Share