Categories: ଜାତୀୟ

ଆଇଆଇଟି ମାଡ୍ରାସରେ ୫ଜିର ସଫଳ ପରୀକ୍ଷଣ

ଚେନ୍ନାଇ,୧୯।୫: ଆଇଆଇଟି ମାଡ୍ରାସରେ ୫ଜି କଲ୍‌ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ଭଏସ୍‌ ଏବଂ ଭିଡିଓ କଲ୍‌ କରିଛନ୍ତି। ବିଶେଷ କଥା ହେଉଛି, ନେଟୱାର୍କର ସମଗ୍ର ପ୍ରକ୍ରିୟା ଭାରତରେ ଡିଜାଇନ ଏବଂ ବିକଶିତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ୫ଜି କଲ୍‌ ପରୀକ୍ଷଣର ଏକ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାପୂର୍ବରୁ ଅଶ୍ୱିନୀ ବୈଷ୍ଣବ ବୁଧବାର କହିଥିଲେ ଯେ, ଭାରତର ନିଜସ୍ବ ୫ଜି ଭିତ୍ତିଭୂମି ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହେବ।

Share