Categories: ଫୁରସତ

୮ ଫୁଟ ଲମ୍ବର ଜୁକିନି, ଦେଖିଲେ ହେବେ…

ଅଟାୱା: କାନାଡା ଓଣ୍ଟାରିଓର ଜଣେ ମାଳୀ ନିକଟରେ ତାଙ୍କ ବଗିଚାରେ ୮ ଫୁଟ, ୪.୭୯ ଇଞ୍ଜର ଜୁକିନି (ଆମେରିକା, ଅଷ୍ଟ୍ରେଲିଆ ଅଞ୍ଚଳରେ ହେଉଥିବା ସବୁଜ ଛଚିନ୍ଦ୍ରା ପରି ପରିବା) ସଂଗ୍ରହ କରିଛନ୍ତି। ସେ  ମାଳୀ ହେଲେ, ହେନେରି ଡି’ ଆଞ୍ଜେଲା। ହେନେରି ଜୁକିନିକୁ ଦୁନିଆର ସବୁଠୁ ବଡ଼ ସବୁଜ ପରିବା ଭାବେ ଗିନିଜ୍‌ ରେକର୍ଡରେ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରିଛନ୍ତି।
ହେନେର ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି  କହିଛନ୍ତି। ନାଏଗ୍ରା ଜଳପ୍ରପାତରୁ ୩୦ କି.ମି. ପଶ୍ଚିମରେ ଥିବା ଥୋରାଲ୍ଡ ସହରରେ ହେନେରି ୧୦ ବର୍ଷ ହେବ ଜୁକିନି ଚାଷ କରିବା ଆରମ୍ଭ କରିଥିଲେ। ତେବେ ଜୁକିନିର ଏପରି ଲମ୍ବ ନେଇ ସୂର୍ଯ୍ୟକିରଣ ଏବଂ ଉତ୍ତମ ସାର ଓ ପାଣି ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଜୁକିନି ସବୁଜ ପରିବା କରିଥିବା ରେକର୍ଡ ନାଏଗ୍ରା ଜଳପ୍ରପାତର ଜନ୍‌ ଜିଓଭାନି ସ୍କୋଜାଫାଭେନ୍‌ଙ୍କ ପାଖରେ ଅଛି। ସେ ୨୦୧୪ରେ ୮ ଫୁଟ୍‌ ଏବଂ ୩.୩ ଇଞ୍ଜ ଲମ୍ବର ଜୁକିନି ଫଳାଇ  ଏହି ରେକର୍ଡର ଅଧିକାରୀ ହୋଇଥିଲେ। ତେବେ ହେନେରି ଆଶା ରଖିଛନ୍ତି ତାଙ୍କ ଜୁକିନି ବିଶ୍ୱ ରେକର୍ଡରେ ସ୍ଥାନ ପାଇବ। ସେଥିପାଇଁ ସେ ଅପେକ୍ଷା କରିଛନ୍ତି। ସେ ଜୁକିନିକୁ ଅତି ସାବଧାନତାର ସହ ତାଙ୍କ ଗ୍ୟାରେଜରେ ସାଇତି ରଖିଛନ୍ତି।
Share