Categories: ଜାତୀୟ

ଡାକ୍ତରୀ, ଇଞ୍ଜିନିୟରିଂ ପାଇଁ ହେବ ଗୋଟିଏ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୧୩ା୮: ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ପ୍ରସ୍ତାବ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କାର୍ଯ୍ୟ କରୁଛି। ଏନ୍‌ଇଇଟି ଏବଂ ଜେଇଇ ବଦଳରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) କାର୍ଯ୍ୟକାରୀ କରିବାକୁ ଯୋଜନା ହେଉଥିବା ୟୁଜିସି ଅଧ୍ୟକ୍ଷ ଏମ୍‌. ଜଗଦେଶ କୁମାର ସୂଚନା ଦେଇଛନ୍ତି। ପ୍ରସ୍ତାବ ଅନୁଯାୟୀ ନାମଲେଖାଇବା ପାଇଁ ଆଶାୟୀ ଛାତ୍ରୀଛାତ୍ର ୩ଟି ଏଣ୍ଟ୍ରାନ୍ସ ପରୀକ୍ଷାରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରେ ୩ ଥର ପରୀକ୍ଷା ନ ଦେଇ ଗୋଟିଏ ଥର ପରୀକ୍ଷା ଦେବେ ଏବଂ ସେମାନେ ନାମ ଲେଖାଇବାକୁ ଚାହୁଁଥିବା ବିଭାଗ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ପ୍ରବେଶିକା ପରୀକ୍ଷାଗୁଡ଼ିକୁ ଏକାଠି କରାଇବା ପାଇଁ ୟୁଜିସିର ଏକ କମିଟି ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଚଳାଇଛି।

Share