ଭୁବନେଶ୍ୱର,୧୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ୟୁକୋ ବ୍ୟାଙ୍କ ସମ୍ବଲପୁର ମୁଖ୍ୟ ଶାଖା ପକ୍ଷରୁ ସମ୍ବଲପୁରର ଗୋଲ୍ ବଜାରସ୍ଥିତ ଏଚ୍ପି ପେଟ୍ରୋଲ ପମ୍ପଠାରେ ନୋଟ୍ ଏବଂ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ଉଦ୍ଘାଟନ କରିଥିଲେ। ଏହି ମେଳା ୟୁକୋ ବ୍ୟାଙ୍କର ଗ୍ରାହକମାନଙ୍କ ସମେତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ବିଶେଷକରି ଚିରା, ଫଟା ନୋଟ୍ ବଦଳରେ ନୂଆ ନୋଟ୍ ଓ ମୁଦ୍ରା ମିଳୁଥିବାରୁ ଲୋକମାନେ ଏଥିରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥିଲେ। ଏହି ମୁଦ୍ରା ବିନିମୟ ମେଳାରେ ନୋଟ୍ ବଦଳରେ ମୁଦ୍ରା ଏବଂ ମୁଦ୍ରା ବଦଳରେ ନୋଟ୍ ସହ ଚିରାଫଟା ନୋଟ୍ର ବଦଳ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।