ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍‌ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ ତ୍ରୈମାସିକ କାରବାରରେ ମୋଟ ୫୫୧କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ ହୋଇଥିଲାବେଳେ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ବ୍ୟାଙ୍କ ମୋଟ ୧୪୭.୦୯% ଅଭିବୃଦ୍ଧି ହାର ହାସଲ କରିପାରିଛି। ସେହିଭଳି ବ୍ୟାଙ୍କର ମୋଟ୍‌ ବ୍ୟବସାୟ ୧୧.୪୬% ଅଭିବୃଦ୍ଧି ହାରରେ ୪,୬୧,୪୦୮କୋଟିରେ ପହଞ୍ଚତ୍ଛି। ବ୍ୟାଙ୍କର ମୋଟ୍‌ ଜମା ପରିମାଣ ୭.୩୯% ବୃଦ୍ଧି ପାଇ ୨,୬୮,୧୫୫ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ସଞ୍ଚୟ ଜମା(ଘରୋଇ)ରେ ମୋଟ ୫.୪୭% ଅଭିବୃଦ୍ଧି ହାର ସହ ୮୬,୨୯୦ କୋଟିରେ ପହଞ୍ଚିଥିବାବେଳେ ଚଳନ୍ତି ଜମା(ଘରୋଇ)ରେ ମୋଟ ୨୨.୭୯% ଅଭିବୃଦ୍ଧି ହାରରେ ୧୨,୦୭୪ କୋଟିରେ ପହଞ୍ଚତ୍ଛି। ବ୍ୟାଙ୍କର ସମୁଦାୟ ଅଗ୍ରିମ ଜୁନ୍‌ ଶେଷ ସୁଦ୍ଧା ୧୭.୬୪% ଅଭିବୃଦ୍ଧି ହାର ସହ ୧,୯୩,୨୫୩ କୋଟି ଟଙ୍କାରେ ପହଞ୍ଚତ୍ ପାରିଛି। ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ପରିମାଣ ୩.୩୨%କୁ ହ୍ରାସ ପାଇଥିବା ବେଳେ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ପରିମାଣ ୦.୭୮% କୁ ହ୍ରାସ ପାଇଛି। ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ୯.୮୧% ଅଭିବୃଦ୍ଧି ହାରରେ ୧୩୨୧କୋଟି ଟଙ୍କାରେ ପହଞ୍ଚତ୍ପାରିଛି। ବ୍ୟାଙ୍କର ମୋଟ୍‌ ସୁଧ ଆୟ ପୂର୍ବ ବର୍ଷଠାରୁ ୧୨.୨୦% ଅଭିବୃଦ୍ଧି ହାର ସହ ୨୨୫୪ କୋଟିରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri