Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ଫଳାଫଳ

ନୂଆଦିଲ୍ଲୀ,୩।୫ : ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ ଭର୍ଚୁଆଲ ମୋଡ୍‌ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବ୍ୟାଙ୍କର ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରିଛନ୍ତି। ବ୍ୟାଙ୍କ ୧୦୦% ହାରରେ ଏତିହାସିକ ଭାବେ ୧୮୬୨.୩୪ କୋଟି ଟଙ୍କାର ନେଟ୍‌ ଲାଭ କରିପାରିଛି, ଯାହା ପୂର୍ବବର୍ଷ ଏହି ସମୟରେ ୯୨୯.୭୬ କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ସମୁଦାୟ ବ୍ୟବସାୟ ପ୍ରଥମ ଥର ପାଇଁ ୪,୧୦,୯୬୭.୧୯ କୋଟି ଟଙ୍କାରେ ପହଞ୍ଚତ୍ଛି; ଯାହା ପୂର୍ବ ବର୍ଷ ଏହି ସମୟରେ ୩,୫୩, ୮୫୦.୨୪ କୋଟି ଟଙ୍କା ଥିଲା। ବ୍ୟାଙ୍କର ଋଣ ବ୍ୟବସାୟ ୨୪.୫୪% ଅଭିବୃଦ୍ଧି ହାରରେ ୧, ୬୧, ୬୨୯. ୪୫ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ପୂର୍ବ ବର୍ଷ ଏହି ସମୟରେ ୧,୨୯, ୭୭୭.୩୪ କୋଟି ଟଙ୍କା ଥିଲା। ସେହିଭଳି କର୍ପୋରେଟ୍‌ ଋଣ ୩୨% ବୃଦ୍ଧି ପାଇଛି। ବ୍ୟାଙ୍କ କାସା ଅଭିବୃଦ୍ଧି ଏବଂ ସୁଧ ହାର ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ଅଭିବୃଦ୍ଧି ପ୍ରକ୍ରିୟାକୁ ଜାରି ରଖିପାରିବ ବୋଲି ପ୍ରସାଦ ମତପ୍ରକାଶ କରିଛନ୍ତି।

 

Share