ଭୁବନେଶ୍ୱର,୪।୮: ୟୁକୋ ବ୍ୟାଙ୍କର ଓଡ଼ିଶା ୟୁନିଟ୍ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ୟାଙ୍କର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସ୍ରାକ ଅଲ୍ଲୀ ଖାନ୍ ନିକଟରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଗସ୍ତ ଅବସରରେ ସେ ବ୍ୟାଙ୍କର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ସହ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଗୌତମ ପାତ୍ର ଏବଂ ମିଶନ ଶକ୍ତିର କମିଶନର ତଥା ସଚିବ ସୁଜାତା ଆର୍. କାର୍ତ୍ତିକେୟନ୍ଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି।