Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୭।୧୧: ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୋର୍ଡ ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ପ୍ରଥମ ୬ମାସର ଆର୍ଥିକ ଫଳାଫଳ ଆଦି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ମୋଟ ୪୦୨କୋଟି ଟଙ୍କାର ନେଟ ଲାଭ କରିଥିବାବେଳେ ୨୦୨୩-୨୪ଆର୍ଥିକ ବର୍ଷର ପ୍ରଥମ ୬ମାସରେ ମୋଟ ୬୨୫ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଛି,ଏଥି ସହିତ ବ୍ୟାଙ୍କ ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେହିଭଳି ବ୍ୟାଙ୍କର ଅଣକାର୍ଯ୍ୟକାରୀ ସମ୍ପତ୍ତି ହ୍ରାସ ପାଇ ୨୦୨୩ ସେପ୍ଟେମ୍ବର ସୁଦ୍ଧା ୧.୧୧%ରେ ପହଞ୍ଚତ୍ଛି। ଏପରିକି ବ୍ୟାଙ୍କର ମୋଟ୍‌ ଗ୍ଲୋବାଲ ବ୍ୟବସାୟ ୪,୧୭,୧୪୫ କୋଟି ଟଙ୍କା ହୋଇଥିବା ବେଳେ ବ୍ୟାଙ୍କର ଅଗ୍ରିମ ପରିମାଣରେ ମଧ୍ୟ ବୃଦ୍ଧି ଘଟିଛି,ବିଶେଷ କରି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୧୭.୯୯% ଅଭିବୃଦ୍ଧି ହାର ହାସଲ ସହ ମୋଟ ୧,୬୭,୭୩୪ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ପରିଚାଳନା ଲାଭ କ୍ଷେତ୍ରରେ ମଧ୍ୟ ବ୍ୟାଙ୍କ ଦ୍ୱିତୀୟ ତ୍ରୈମାସରେ ମୋଟ ୯୮୨କୋଟି ଟଙ୍କାର ପରିଚାଳନା ଲାଭ ସଂଗ୍ରହ କରି ୧୮.୩୪% ଏବଂ ପ୍ରଥମ ୬ମାସରେ ୨,୧୮୪କୋଟି ଟଙ୍କାର ପରିଚାଳନା ଲାଭ ସଂଗ୍ରହ କରି ୩୪.୦୩ %ର ଅଭିବୃଦ୍ଧି ହାର ହାସଲ କରିଥିଲାବେଳେ ରିଟେଲ ୧୭.୦୯%, କୃଷି ୧୪.୩୨% ଏବଂ ଏମ୍‌ଏସ୍‌ଏମ୍‌ଇ ଅଗ୍ରିମ କ୍ଷେତ୍ରରେ ବ୍ୟାଙ୍କ ୨୦.୮୩% ଅଭିବୃଦ୍ଧି ହାର ହାସଲ କରିଥିବା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାର ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share