୨ ଦିନ ପରେ ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଚିଡିୟାଘର’ ଏବଂ ‘ଉଡାନ’ରେ କାମ କରିସାରିଥିବା ଅଭିନେତ୍ରୀ ଶୀତଲ ପାଣ୍ଡ୍ୟା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଛନ୍ତି। ଶୀତଲ ତାଙ୍କର ପିଲାଟି ଦିନର ବନ୍ଧୁ ଅଭିଷେକ ଭଟାଚାର୍ଯ୍ୟଙ୍କୁ ବିବାହ କରିବେ। ତେବେ ଏହି ଯୋଡି ଅନେକ ବର୍ଷ ହେବ ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ଉଭୟ ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ମାସରେ ନିର୍ବନ୍ଧ କରିଥିଲେ। ଆଉ ୨ ଦିନ ପରେ ଅର୍ଥାତ୍‌ ୨୦ ନଭେମ୍ବରରେ ଏହି ଯୋଡି ବିବାହ କରିବେ ବୋଲି ଜଣାପଡ଼ିଛି।
ନିକଟରେ ଏକ ସାକ୍ଷାତକାରରେ ଶୀତଲ କହିଛନ୍ତି, ମୁଁ ଅଭିଷେକଙ୍କୁ ବିବାହ କରିବାକୁ ଯାଉଛି। ସେ ପେଶରେ ଜଣେ ଡାକ୍ତର ଏବଂ ୟୁକେରେ ରୁହନ୍ତି ବୋଲି ଶିତଲ କହିଛନ୍ତି।

Share