Categories: ଜାତୀୟ

କହ୍ନେୟାଲାଲ ହତ୍ୟା ମାମଲା: ସପ୍ତମ ଅଭିଯୁକ୍ତ ଗିରଫ

ଉଦୟପୁର,୧୦।୭: ରାଜସ୍ଥାନର ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରହାଦ ମହମ୍ମଦ ଶେଖ (୩୧) କହ୍ନେୟାଲାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଅନେକ ଦିନ ପଚରାଉଚରା ପରେ ଏନଆଇଏ ତାଙ୍କୁ ଗିରଫ କରିଛି। ମହମ୍ମଦ ଶେଖଙ୍କ ଘର ଉଦୟପୁରରେ ବୋଲି ଜଣାପଡିଛି। ଏହାପୂର୍ବରୁ ଏହି ଘଟଣାରେ ୬ ଜଣଙ୍କ ଗିରଫ କରିଥିଲା ଏନ୍‌ଆଇଏ।
ସୂଚନାଯୋଗ୍ୟ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଦରଜି କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଦୁଇ ମୁସଲମାନ ଯୁବକ ପୋଷାକ ମାପିବା ବାହାନାରେ ତାଙ୍କ ଦୋକାନରେ ପହଞ୍ଚି ତୀକ୍ଷ୍ଣ ଅସ୍ତ୍ରରେ କହ୍ନେୟାଲାଲଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ।

Share