କହ୍ନେୟାଲାଲଙ୍କ ହତ୍ୟା ଘଟଣାକୁ ନିନ୍ଦା କଲା ମିଳିତ ଜାତିସଂଘ

ନ୍ୟୁୟର୍କ,୩୦।୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ବୀଭତ୍ସ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ। ସମସ୍ତ ଧର୍ମକୁ ସମ୍ମାନ ଦେବା ପାଇଁ ସେ ଆହ୍ବାନ କରିଛନ୍ତି। ଆଣ୍ଟୋନିଓଙ୍କ ପ୍ରବକ୍ତା ଷ୍ଟିଫେନ ଦୁଜାରିକ କହିଛନ୍ତି, ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଏଥି ସହିତ ବିଶ୍ୱ ସ୍ତରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ କିପରି ସମନ୍ବୟ ଏବଂ ଶାନ୍ତି ପ୍ରତିଷ୍ଠା କରାଯିବ ତାହା ନିଶ୍ଚିତ କରିବା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।
ମହମ୍ମଦ ରିଆଜ ଏବଂ ଗୋସ୍‌ ମହମ୍ମଦ ନାମକ ଦୁଇ ମୁସଲମାନ ଯୁବକ ଉଦୟପୁର ସହରରେ ଛୁରିରେ କହ୍ନେୟାଲାଲଙ୍କ ମୁଣ୍ଡ କାଟି ଦେଇଥିଲେ। କେବଳ ଏତିକି ନୁହେଁ, ଏହାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିଲା। ଭିଡିଓରେ ଦୁହେଁ କହୁଛନ୍ତି ଯେ, ସେମାନେ ଇସଲାମ ଧର୍ମର ଅପମାନ ପାଇଁ ସେମାନେ ପ୍ରତିଶୋଧ ନେଉଛନ୍ତି। ଏହି ନିଷ୍ଠୁର ହତ୍ୟା ପରେ ରାଜସ୍ଥାନ ସହରରେ ଉତ୍ତେଜନା ବୃଦ୍ଧି ପାଇଛି।

Share