Categories: ଜାତୀୟ

ଉଦୟପୁରର କହ୍ନେୟାଲାଲ ହତ୍ୟା ମାମଲା: ୩୨ ପୋଲିସ ଅଧିକାରୀଙ୍କୁ ବଦଳି

ଜୟପୁର,୧।୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଘଟଣା ପରେ ଉଦୟପୁରର ଇନ୍ସପେକ୍ଟର୍‌ ଜେନେରାଲ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ସୂଚନାଯୋଗ୍ୟ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ କହ୍ନେୟାଲାଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏନେଇ କହ୍ନେୟାଲାଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇ ନ ଥିଲା। ଫଳରେ ଉଦୟପୁର ପୋଲିସକୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହାକୁ ନେଇ ରାଜସ୍ଥାନର ଗେହଲଟ୍‌ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସରକାର ଉଦୟପୁର ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଦୟପୁରର ଇନ୍ସପେକ୍ଟର୍‌ ଜେନେରାଲ ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି।

ଅନ୍ୟପକ୍ଷେ ମଙ୍ଗଳବାର କହ୍ନେୟାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ରିଆଜ୍‌ ଅଖତାରୀ ଏବଂ କୋସ୍‌ ମହମ୍ମଦଙ୍କୁ ଗିରଫ କରାଯାଇଛି। ଏପରିକି ମାମଲାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି।

Share