ମାଲକାନଗିରି: ଜିଲା ବିଜେଡି ଉପସଭାପତି ହେଲେ ଉଦୟ

ମାଥିଲି, ୧୨।୧୦(ସୁବାସ ଚନ୍ଦ୍ର ଖୁଡୁପିଆ ): ମାଲକାନଗିରି ଜିଲା ବିଜେଡି ନେତା ତଥା ମାଥିଲି ଜୋନ୍‌ ୨ର ପୂର୍ବତନ ଜିଲା ପରିଷଦ ସଭ୍ୟ ଉଦୟନାଥ ମାଦ୍ରି ବିଜେଡି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଉପସଭାପତି ଭାବେ ନିଯୁକ୍ତି ହୋଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀକୁ ସୁଦୃଢ଼ କରିବା ନିମନ୍ତେ ତାଙ୍କୁ ଏହି ନୂତନ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି l ମାଦ୍ରି ନୂତନ ଦାୟିତ୍ୱ ନେବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି l ସେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ସାଧାରଣ ସମ୍ପାଦକ ଈଶ୍ୱର ପାଣିଗ୍ରାହୀ, ଜିଲା ସଭାପତି ମାନସ ମାଡ଼କାମୀ ଓ ନବରଙ୍ଗପୁର ଏମ୍‌ପି ରମେଶ ମାଝିଙ୍କୁ ଧନ୍ୟବାଦ ଦେଇଛନ୍ତି ।