Categories: ଜାତୀୟ

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରି ଆସୁଥିଲେ। ଏହା ପୂର୍ବରୁ ସେ ଜମ୍ମୁ-କଶ୍ମୀର ପ୍ରଦେଶ ଯୁବକଂଗ୍ରେସର ସଭାପତି ରହିଥିଲେ। ଉଦୟଭାନୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ଯୁବକଂଗ୍ରେସର ବିଦାୟୀ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି.ଙ୍କ ଅବଦାନ ପାଇଁ ତାଙ୍କୁ ଦଳ ପ୍ରଶଂସା କରିଛି। ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର କମିଟିରେ ଉଦୟଭାନୁ ରହିଛନ୍ତି।

 

Share