Categories: ଜାତୀୟ

‘ନୂତନ ସଂସଦର ଉଦ୍‌ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନ କରିବା ସନାତନ ଧର୍ମର ଏକ ଭଲ ଉଦାହରଣ’

ଚେନ୍ନାଇ,୬।୯: ସନାତନ ଧର୍ମ ସମ୍ବନ୍ଧରେ ଦେଇଥିବା ବୟାନ ଉପରେ ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏହି ସମୟରେ ସେ ପୁଣି ଥରେ ତାଙ୍କ ବୟାନକୁ ଦୋହରାଇଛନ୍ତି। ତାଙ୍କ ବୟାନକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଉଦୟାନିଧି ଷ୍ଟାଲିନ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂତନ ସଂସଦର ଉଦ୍‌ଘାଟନୀ ଉତ୍ସବରେ ନିମନ୍ତ୍ରଣ କରାଯାଇନଥିଲା। ଏହା ହେଉଛି ସନାତନ ଧର୍ମର ସର୍ବୋତ୍ତମ ଉଦାହରଣ। ସନାତନ ଧର୍ମ ବିରୋଧରେ ବିବୃତ୍ତି ଦେବା ଦିନଠାରୁ ସେ ଭାଜପା ସମେତ ସମସ୍ତ ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟ୍‌ରେ ରହିଆସିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ବିରୋଧରେ ପ୍ରଦର୍ଶନ ପ୍ରଦର୍ଶନ କରାଯାଉଛି।

 

 

Share