Categories: ଜାତୀୟ

ଉଦୟନିଧିଙ୍କ ଅଡ଼ୁଆ ବଢିଲା: ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ଆବେଦନ ହେବ ଶୁଣାଣି

ନୂଆଦିଲ୍ଲୀ,୨୭।୯: ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଏ ରାଜା ଏବଂ ଅନ୍ୟ ଦଳର ନେତାଙ୍କ ସନାତନ ଧର୍ମ ବିରୋଧୀ ବିବୃତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି ପାଇଁ ଏହି ସମସ୍ତ ଲୋକଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଉ ଏକ ଆବେଦନ ଗ୍ରହଣ କରିଛନ୍ତି। ଓକିଲ ବିନୀତ ଜିନ୍ଦଲଙ୍କ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଛି। ସମାନ ପ୍ରସଙ୍ଗରେ ପୂର୍ବରୁ ବିଚାରାଧୀନ ମାମଲା ସହିତ ସୁପ୍ରିମକୋର୍ଟ ଏହି ଆବେଦନ ଯୋଡ଼ିଛନ୍ତି।
ଗତ ସପ୍ତାହରେ ଚେନ୍ନାଇର ଓକିଲ ବି ଜଗନ୍ନାଥଙ୍କ ଆବେଦନ ଉପରେ କୋର୍ଟ ଏକ ନୋଟିସ ଜାରି କରିଥିଲେ। ଏହି ଆବେଦନ ଶୁଣାଣି ବେଳେ ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ନୋଟିସ ଜାରି କରିଛି। ଡିଏମକେ ନେତା ଷ୍ଟାଲିନଙ୍କ ସନାତନ ଧର୍ମକୁ ବିଲୋପ କରାଯାଉ ମନ୍ତବ୍ୟକୁ ନେଇ ଅନେକ ବିବାଦ ଲାଗି ରହିଛି। ତାଙ୍କ ବିରୋଧରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଭାଜପା କ୍ରମାଗତ ଭାବରେ ଏହି ପ୍ରସଙ୍ଗରେ ଡିଏମକେକୁ ଘେରିବାକୁ ଚେଷ୍ଟା କରୁଛି।

Share