Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କୁ ଭବିଷ୍ୟତର ବନ୍ଧୁ କହିଲେ ଉଦ୍ଧବ

ମୁମ୍ବାଇ,୧୮।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ ଭବିଷ୍ୟତର ବନ୍ଧୁ କହି ରାଜନୈତିକ ବଜାରରେ ହଟଚମଟ ସୃଷ୍ଟି କରିଛନ୍ତି। ଔରଙ୍ଗବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଥିଲେ, ମୋ ପୂର୍ବତନ ବନ୍ଧୁ ଦାନ୍‌ଭେ ଏଠାରେ ଉପସ୍ଥିତ ଅଛନ୍ତି। ଆମେ ଯଦି ପୁଣି ଏକାଠି ଆସିବୁ ତେବେ ସେ ମୋର ଭବିଷ୍ୟତର ବନ୍ଧୁ। ଜଲାନା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଦାନ୍‌ଭେଙ୍କ ପ୍ରତି ଉଦ୍ଧବଙ୍କ ଏପରି ସମ୍ବୋଧନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଭବିଷ୍ୟତରେ ଶିବସେନା ଓ ଭାଜପା ମଧ୍ୟରେ ପୁଣି ମେଣ୍ଟ ହୋଇପାରେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ପୂର୍ବରୁ ଶିବସେନା ଓ ଭାଜପା ମହାରାଷ୍ଟ୍ରରେ ଏକାଠି ହୋଇ ସରକାର ଗଢ଼ିଥିଲେ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ମଧ୍ୟ ଶିବସେନା ଏକ ସହଯୋଗୀ ଦଳ ଥିଲା।

Share