Categories: ଜାତୀୟ

ଉଦ୍ଧବ ଖାଆନ୍ତୁ ମାଛ: ନାରାୟଣ ରାଣେଙ୍କ ପରାମର୍ଶ…

ମୁମ୍ବାଇ,୧୯।୬ : ମାଛ ଖାଇବାକୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ରାଣେ କହିଛନ୍ତି। ମରାଠୀ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଭାଜପା ନେତା ନାରାୟଣ ରାଣେ ଏଭଳି କହିଛନ୍ତି। ସେ କହିଛନ୍ତି ଯେତେବେଳେ ତୁମେ କୋଙ୍କଣକୁ ଆସିବ, ତୁମେ ମାଛ ଖାଇବା ପରେ ଘରକୁ ଫେରିଯାଅ। କିନ୍ତୁ ବାରସୁ ରିଫାଇନାରୀ ପ୍ରକଳ୍ପକୁ ବିରୋଧ କରନ୍ତୁ ନାହିଁ।

ଖବର ଅନୁଯାୟୀ, ବାରସୁ ରିଫାଇନାରୀ ପ୍ରକଳ୍ପକୁ ନେଇ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଣେ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଛନ୍ତି ତୁମେ ମାଛ ଖାଅ ଆଉସବୁ ଭୁଲିଯାଅ। ମହାରାଷ୍ଟ୍ରର ବାରସୁରେ ଏକ ବିଶୋଧନାଗାର ପାଇଁ ଜମି ସର୍ଭେକୁ ନେଇ ଉଦ୍ଧବ ଠାକରେ ଲଗାତାର ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା, ତାଙ୍କ କାର୍ଯ୍ୟକାଳ ସମୟରେ ଉଦ୍ଧବ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ, ତେବେ ବର୍ତ୍ତମାନ ଏହାକୁ କାହିଁକି ବିରୋଧ କରୁଛନ୍ତି?

ଏହାର ଜବାବରେ ଉଦ୍ଧବ ଠାକରେ କହିଛନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ଦୁଇ ବର୍ଷ ଧରି କାହିଁକି ଏହି ପ୍ରକଳ୍ପ କାର୍ଯ୍ୟକାରୀ କଲା ନାହିଁ? ଯେତେବେଳେ ରାଜ୍ୟରେ ଭାଜପା ସରକାର ଫେରି ଆସିଲେ, ଲୋକଙ୍କଠାରୁ ଜମି ଜବରଦଖଲ କରାଯାଉଛି, ଯାହାକି ସମ୍ପୂର୍ଣ୍ଣ ଭୁଲ ଅଟେ। ବାରସୁରେ ଥିବା ରିଫାଇନାରୀ ପ୍ରକଳ୍ପ ପାଇଁ ବଳ ପ୍ରୟୋଗ କରି ଲୋକଙ୍କ ଜମି ଅଧିଗ୍ରହଣ କରାଯାଉଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ଆସିବା ପରେ ଉଦ୍ଧବ ଏହି କଥା କହିଥିଲେ।

Share