Categories: ଜାତୀୟ

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏନେଇ ଶିବସେନା ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।
ସୂଚନାନୁସାରେ, ମହାରାଷ୍ଟ୍ରର ଶିବସେନାର ୧୮ ଲୋକ ସଭା ଏମ୍‌ପିଙ୍କ ମଧ୍ୟରୁ ୧୩ ଜଣ ସୋମବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେଇଥିଲେ। ଅଧିକାଂଶ ଏମ୍‌ପି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।
ଗତ ମାସରେ, ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ କରିବାରୁ ଜୁନ ୨୯ରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାରଙ୍କ ପତନ ଘଟିଥିଲା।

Share