Categories: ଜାତୀୟ

ଉଦ୍ଧବ ସରକାର ପୂରଣ କଲା ଦୁଇ ବର୍ଷ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟ ସରକାର ୨ବର୍ଷ ପୂରଣ କରିଛି । ଏହି ଅବସରରେ ମେଣ୍ଟରେ ସାମିଲ ଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସରେ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଅନ୍ୟପଟେ ବିରୋଧୀ ଭାରତୀୟ ଜନତାପାର୍ଟି(ଭାଜପା)ର କର୍ମୀମାନେ ସରକାରଙ୍କୁ ବିରୋଧ କରିବାକୁ ସଜବାଜ ହୋଇ ସାରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ରେ ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ସର୍ବାଧିକ ୧୦୫ ଆସନରେ ବିଜୟ ଲାଭ କରିଥିଲା । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ଓ ଶିବସେନା ମେଣ୍ଟରେ ସରକାର ଗଢିବା ନିଶ୍ଚିତ ହୋଇ ଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହେବାରୁ ମେଣ୍ଟ ଭାଙ୍ଗି ଯାଇଥିଲା । ଶେଷରେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ମହାରାଷ୍ଟରେ ସରକାର ଗଠନ କରିଛି । ସେତେବେଳେ ରାଜନୀତିର ଏକ୍ସପର୍ଟମାନେ କହୁଥିଲେ କି ମହାବିକାଶ ଅଘାଡି ସରକାର ବେଶିଦିନ ତିଷ୍ଠିବ ନାହିଁ । ହେଲେ ଏବେ ଏହି ସରକାର ୨ ବର୍ଷ ପୁରଣ କରିଛି ।

Share