ମୁମ୍ବାଇ,୨୪।୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଉଦ୍ଧବ ଠାକରେ ସରକାର ତାଙ୍କୁ ଜେଲ ପଠାଇବାକୁ ଚାହୁଁଥିଲେ। ଏହି ଦାୟିତ୍ୱ ପ ୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଦିଆଯାଇଥିଲା। କୌଣସି ପ୍ରକାରେ ମୋତେ ଜଡିତ କରିବା ଏବଂ ମୋ ବିରୋଧରେ ଅପରାଧିକ ମାମଲା ଦାୟର କରିବାକୁ ଉଦ୍ଧବ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହା ହେଉଛି ସମ୍ପୂର୍ଣ୍ଣ ସତ୍ୟ ଏବଂ ଆପଣ ଯେ କୌଣସି ପୋଲିସ ଅଧିକାରୀଙ୍କୁ ପଚାରିପାରିବେ।
ମୁଁ କିଛି ଭୁଲ କରି ନ ଥିଲି। ସେଥିପାଇଁ ପୋଲିସ କମିଶନର ସଫଳ ହୋଇପାରିଲେ ନାହିଁ। ଉଦ୍ଧବଙ୍କ ସହିତ ମୋର କୌଣସି ବ୍ୟକ୍ତତଗତ ମନୋମାଳିନ୍ୟ ନାହିଁ। ମାତ୍ର ସେ ମୋ ଫୋନ୍ କଲର ଉତ୍ତର ଦେବା ବନ୍ଦ କରି ଦେଇଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ପରେ ଯଦି ସେ ଭାଜପା ସହିତ ମେଣ୍ଟ ଚାହୁଁ ନ ଥିଲେ ତେବେ ମତେ କହି ଦେଇଥାନ୍ତେ। ଏଥିରେ କୌଣସି ସମସ୍ୟା ନ ଥିଲା।