Categories: ଜାତୀୟ

ଉଦ୍ଧବଙ୍କୁ ପୁଣି ଝଟ୍‌କା, ଥାଣେ ନଗର ନିଗମର ୬୬ କର୍ପୋରେଟର ସିନ୍ଦେଙ୍କ ଦଳରେ…

ମୁମ୍ବାଇ, ୭।୭ : ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ମଧ୍ୟରେ ଜାରି ରହିଥିବା ବିବାଦରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି। ଦିନକୁ ଦିନ ଉଦ୍ଧବଙ୍କ ସମର୍ଥକଙ୍କ ସଂଖ୍ୟା କମିବାରେ ଲାଗିଛି। ସମ୍ପ୍ରତି ଥାଣେର ୬୭ ଶିବସେନା କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେଙ୍କ ଦଳରେ ଯୋଗ ଦେଇଛନ୍ତି।

୨୦୧୭ ନଗରନିଗମ ନିର୍ବାଚନରେ ୧୩୧ ଆସନ ମଧ୍ୟରୁ ଶିବସେନା ୬୭ରେ ବିଜୟ ହୋଇଥିବାବେଳେ ଏନସିପି ୩୪ ଏବଂ ଭାଜପା ୨୩ ଆସନରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସ ୩, ଏଆଇଏଆଇଏମ୍‌ ୨ ଏବଂ ନିର୍ଦ୍ଦଳୀୟ ୨ ଆସନରେ ବିଜୟୀ ହୋଇଥିଲା। ଥାଣେକୁ ସିନ୍ଦେଙ୍କ ଗଡ଼ ବୋଲ କୁହାଯାଇଥାଏ। ୧୯୯୭ରେ ସେ ଏଠାରୁ ପ୍ରଥମେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ଆଗାମୀ ଦିନରେ ଥାଣେରେ ନଗରନିଗମ ନିର୍ବାଚନ ଅନୁଷ୍ଠିତ ହେବ।

Share