Categories: ଜାତୀୟ

ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…

ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ବର୍ତ୍ତମାନ ସେ ଏପରି ସ୍ଥିତିରେ ଅଛନ୍ତି କଂଗ୍ରେସ ଏବଂ ଏନସିପି ତାଙ୍କୁ କେବଳ ଦୁଇଟି ଲୋକସଭା ଆସନ ପ୍ରଦାନ କଲେ ମଧ୍ୟ ତାଙ୍କୁ ଗ୍ରହଣ କରିବାକୁ ପଡ଼ିବ।
ମହାରାଷ୍ଟ୍ର ଭାଜପା ସଭାପତି ବାୱାନକୁଲେ ନାଗପୁର ଗସ୍ତରେ ଥିଲେ। ଏଠାରେ ଖବରଦାତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଶିବସେନାର ଗଡ କୁହାଯାଉଥିବା ରାମଟେକ ଉପରେ କଂଗ୍ରେସ ହାତ ରଖିସାରିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୂର୍ବରୁ ରାମଟେକ ଅଞ୍ଚଳର ନେତୃତ୍ୱ ନେଇ ସାରିଛନ୍ତି।

ଉଦ୍ଧବଙ୍କ ସମ୍ମୁଖରେ କଂଗ୍ରେସ ଏବଂ ଏନସିପି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତାଙ୍କୁ ଦୁଇଟି ସିଟ ପାଇଲେ ବି ଗ୍ରହଣ କରିବାକୁ ପଡିବ। ଯେତେବେଳେ ସେହି ଶିବସେନା ଭାଜପା ସହିତ ଥିଲା, ଆମେ ଉଦ୍ଧବଙ୍କୁ ଆମର ସାନ ଭାଇ ବୋଲି ଭାବୁଥିଲୁ। ଭାଜପା ସବୁବେଳେ ଉଦ୍ଧବ ଯେତିକି ଚାହୁଁଥ୍‌ତ୍ଲେ ସେତେ ସଂଖକ୍ୟ ଆସନ ଦେଉଥିଲେ।
ବରିଷ୍ଠ ମହାରାଷ୍ଟ୍ର କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଥିଲେ ଯଦି ମହାବିକାଶ ଆଘାଡି ସହ ଦଳ ଏକାଠି ନିର୍ବାଚନ ଲଢ଼ନ୍ତି, ତେବେ ଆମେ ରାଜ୍ୟର ୪୮ ଟି ଲୋକସଭା ସିଟ ମଧ୍ୟରୁ ୪୦ ଟି ଜିତିକୁ। କଂଗ୍ରେସ ପୂର୍ବରୁ ଯେଉଁ ଆସନଗୁଡିକ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲା କିନ୍ତୁ ଯେଉଁଠାରେ ଏହାର ଦୃଢ଼ ଆଧାର ଅଛି, ଏମଭିଏରେ ସିଟ ବାଣ୍ଟିବା ଚୁକ୍ତିର ଅଂଶ ଭାବରେ ଦଳକୁ ଦିଆଯିବା ଉଚିତ। ଏବେ ଏହାକୁ ନେଇ ଭାଜପା ପକ୍ଷରୁ ଏଭଳି ମନ୍ତବ୍ୟ ପ୍ରଦାନ କରାଯାଇଛି।

Share